ରକ୍ଷାବନ୍ଧନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ମୁର୍ମୁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି,‘ଭଉଣୀ-ଭାଇଙ୍କ ମଧ୍ୟରେ ପ୍ରେମ ଓ ବିଶ୍ବାସର ପର୍ବ ହେଉଛି ରକ୍ଷାବନ୍ଧନ।

ଏହି ପର୍ବ ସମସ୍ତ ଭଉଣୀ ଏବଂ ଝିଅଙ୍କ ପ୍ରତି ସମ୍ମାନର ଭାବନା ଆଣେ। ତେଣୁ ଆଜି ଏହି ପବିତ୍ର ଦିବସ ଅବସରରେ ଦେଶବାସୀଙ୍କୁ ସଂକଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି, ସମାଜରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନ କରିବାକୁ ସମସ୍ତେ ସଂକଳ୍ପ ନିଅନ୍ତୁ। ଏହିପର୍ବ ସମସ୍ତ ଭଉଣୀ ଓ ଝିଅଙ୍କ ପ୍ରତି ସ୍ନେହ ଓ ସମ୍ମାନର ଭାବନାକୁ ପ୍ରକାଶ କରିଥାଏ।

ଏହାପରେ ରାଷ୍ଟ୍ରପତି କହିଛନ୍ତି, ସମସ୍ତ ଦେଶବାସୀ ଆମ ସମାଜରେ ମହିଳାଙ୍କ ସୁରକ୍ଷା ଏବଂ ସମ୍ମାନ ସୁନିଶ୍ଚିତ କରିବା ପାଇଁ ସଂକଳ୍ପ ନେବା ଆବଶ୍ୟକ। ଭାଇ ଓ ଭଉଣୀର ଏହି ମଧୁର ସମ୍ପର୍କକୁ ଆହୁରି ମଜଭୁତ କରିଥାଏ ରାକ୍ଷୀ । ଭାଇ ମନରେ ଭଉଣୀ ପ୍ରତି ଥିବା ପ୍ରତିବଦ୍ଧତା ଆହୁରି ବଢ଼ିଯାଏ। ପବିତ୍ର ରାଖୀପୂର୍ଣ୍ଣିମାରେ ସ୍ନେହ, ମମତା ଆଉ ସମ୍ପର୍କର ଏହି ଡୋରି ଆହୁରି ମଜଭୁତ ହେଉ ବୋଲି ସେ କାମନା କରିଛନ୍ତି।

Comments are closed.