ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ‘ଇନ୍ଦିରା ଗାନ୍ଧୀଙ୍କ ଭଳି ମମତା ବାନାର୍ଜୀଙ୍କୁ ଗୁଳି କରି ହତ୍ୟା କର।’ ସୋଶାଲ ମିଡିଆରେ ଏଭଳି କିଛି ପୋଷ୍ଟ ଭାଇରାଲ ହେବା ପରେ ଆକ୍ସନ ମୁଡ୍ ଆସିଛି ପଶ୍ଚିମବଙ୍ଗ ପୁଲିସ। ଏହି ମାମଲାରେ ଜଣେ ଛତ୍ରୀଙ୍କୁ ପୁଲିସ ଗିରଫ କରିଛି |
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ବିବାଦୀୟ ପୋଷ୍ଟ କରିବା ମାମଲାରେ ପୋଲିସ ଜଣେ ଛାତ୍ରୀଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଯେଉଁଭଳି ହତ୍ୟା କରାଯାଇଥିଲା ସେହିଭଳି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହତ୍ୟା କରିବାକୁ ସେ ଉସ୍କାଉଥିବା ଅଭିଯୋଗ ହୋଇଛି।
ନିକଟରେ ଉକ୍ତ ଗିରଫ ଛାତ୍ରୀ ଜଣକ ଇନ୍ଷ୍ଟାଗ୍ରାମ ଆଇଡି “କିର୍ତ୍ତୀ ସୋଶାଲ” ହ୍ୟାଣ୍ଡେଲରେ ଆର୍ଜି କର ହସ୍ପିଟାଲରେ ଘଟିଥିବା ଘଟଣାକୁ ନେଇ ତିନୋଟି ଇନ୍ଷ୍ଟାଗ୍ରମ ପୋଷ୍ଟ ଅପ୍ଲୋଡ୍ କରିଥିଲେ। ଏଥିରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଦୁଇଟି ପୋଷ୍ଟ କରିଥିଲେ। ସେ ଲେଖିଥିଲେ ଯେ, ‘ଇନ୍ଦିରା ଗାନ୍ଧୀଙ୍କ ପରି ମମତା ବାନାର୍ଜୀଙ୍କୁ ମଧ୍ୟ ଗୁଳି କର। ଯଦି ତୁମେ ଏହା କରିପାରିବ ନାହିଁ, ତେବେ ମୁଁ ତୁମକୁ ହତାଶ କରିବି ନାହିଁ।’