ଓଡିଶା ଆସିବେ ମହାମହିମ

0

ଓଡ଼ିଆ ନ୍ୟୁଜ୍: ଆସନ୍ତା ୨୧ ତାରିଖରେ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଉରକେଲାରେ ୪ଟି ପ୍ରକଳ୍ପର କରିବେ ଲୋକାର୍ପଣ । ଆସନ୍ତା ୨୧ ତାରିଖ ସକାଳେ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ବାହାରି ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବା ପରେ ସେଠାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ଉଡ଼ାଣ ଭରି ପୂର୍ବାହ୍ନ ୧୧ଟା ୧୦ମିନିଟ୍ ରାଉରକେଲା ବିମାନ ବନ୍ଦରରେ ଅବତରଣ କରିବେ । ଆଦିବାସୀ ସଂସ୍କୃତି ପରମ୍ପରା ଆଦିବାସୀ ନୃତ୍ୟରେ ମହାମହିମ ରାଷ୍ଟ୍ରପତି ମୁର୍ମୁଙ୍କୁ ଭବ୍ୟ ସ୍ୱାଗତ କରିବାର ସରିଛି ସମସ୍ତ ପ୍ରସ୍ତୁତି ।

ରାଷ୍ଟ୍ରପତି ବିମାନ ବନ୍ଦରରୁ ସିଧାସଳଖ ଭାବରେ ଯାଇ ପହଞ୍ଚିବେ ରାଉରକେଲା ୱାନ୍‌ରେ । ରାଉରକେଲା ୱାନ ପରିସରରେ ୪୮ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା କମାଣ୍ଡ କଣ୍ଟ୍ରୋଲ ରୁମ୍‌କୁ ଲୋକାର୍ପଣ କରିବେ । ଯେଉଁଠାରୁ ରାଉରକେଲା ସହର ସିସିଟିଭି ନଜରରେ ରହିବ । ଏହାସହ ୪୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଆଦିବାସୀ ସଂଗ୍ରାହଳୟକୁ ଲୋକାର୍ପଣ କରିବେ ରାଷ୍ଟ୍ରପତି ।

Leave A Reply

Your email address will not be published.