ଓଡ଼ିଆ ନ୍ୟୁଜ୍: ଇଟାଲୀରେ ୨ ଜଣ ଭାରତୀୟଙ୍କୁ ହତ୍ୟା । ଇଟାଲୀର ବେରଗାମୋ ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ ବୈଶାଖୀ ପର୍ବ ପାଇଁ ଗୁରୁଦ୍ୱାରରେ ଏକତ୍ରିତ ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକ ଦୁଇଜଣ ହେଲେ ୪୮ ବର୍ଷୀୟ ରାଜିନ୍ଦର ସିଂ ଏବଂ ଗୁରମିତ ସିଂ। ରାତି ପ୍ରାୟ ୧୨ଟା ବେଳେ ‘ମାତା ସାହେବ କୌର ଜୀ’ ଗୁରୁଦ୍ୱାର ବାହାରେ ଏହି ଆକ୍ରମଣ ହୋଇଥିଲା ।
ଜଣେ ଦୁର୍ବୃତ୍ତ ହଠାତ୍ ସେମାନଙ୍କ ନିକଟକୁ ଆସି ଅତର୍କିତ ଗୁଳିଚାଳନା କରିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଘଟଣାସ୍ଥଳରୁ ପ୍ରାୟ ୧୦ଟି ଗୁଳିର ଖୋକା ଜବତ କରାଯାଇଛି। ଗୁଳି କରିବା ପରେ ଦୁର୍ବୃତ୍ତଜଣକ ଏକ ଗାଡ଼ିରେ ଫେରାର ହୋଇଯାଇଥିଲା। ସେ ମଧ୍ୟ ଜଣେ ଭାରତୀୟ ବୋଲି ସନ୍ଦେହ କରାଯାଉଛି। ଇଟାଲୀ ପୋଲିସ ଏହାକୁ ଏକ ପୂର୍ବ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଛି।