ଏ ବର୍ଷ ଦେଢ଼ ଗୁଣା ଅଧିକ ଭକ୍ତଙ୍କ ସମାଗମ: ଆଇନ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ନିର୍ଦ୍ଧାରିତ ସମୟରେ ସବୁ ନୀତିକାନ୍ତି ଶେଷ ହୋଇଥିଲା।ଅପରାହ୍ନ ୪ଟା ସୁଦ୍ଧା ରଥଟଣା ଆରମ୍ଭ ହୋଇଥିଲା । କିନ୍ତୁ ବଳଭଦ୍ରଙ୍କ ରଥ ମୋଡ଼ ନେବାରୁ ସମୟ ଲାଗିଲା । ଅନୁକୂଳ ପାଗ ଯୋଗୁଁ ଦେଢ଼ ଗୁଣା ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଆଶା ଅନୁସାରେ ଏଥର ଅଧିକ ଲୋକ ହୋଇଥିଲେ । ବିଧି ରକ୍ଷା କରି ନନ୍ଦିଘୋଷ ଅଳ୍ପ ଗଡ଼ିବା ପରେ ରଥଟଣା ବନ୍ଦ କରାଗଲା । ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଅହେତୁକ ବିଳମ୍ବରେ ଗଡ଼ିଛି। ସଂଧ୍ୟା ୭ଟା ୪୫ ମିନିଟରେ ନନ୍ଦିଘୋଷ ରଥ ଶରଧାବାଲି ଅଭିମୁଖେ ବାହାରିଛି। ବିଦ୍ଧି ଅନୁସାରେ ଅଳ୍ପ ବାଟ ଗଡ଼ିଲା ପରେ ରଥଟଣା ବନ୍ଦ କରାଯାଇଛି। ଫଳରେ ଆସନ୍ତାକାଲି ପୁଣି ଥରେ ରଥଟଣା ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଆସନ୍ତାକାଲି ପୂର୍ବାହ୍‌ଣ ସାଢ଼େ ୯ଟାରେ ରଥ ଟଣାଯିବ।ରଥ ଟଣାରେ ବିଳମ୍ବ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ନିର୍ଦ୍ଧାରିତ ସମୟରେ ସବୁ ନୀତିକାନ୍ତି ଶେଷ ହୋଇଥିଲା। ଅପରାହ୍ନ ୪ଟା ସୁଦ୍ଧା ରଥଟଣା ଆରମ୍ଭ ହୋଇଥିଲା । କିନ୍ତୁ ବଳଭଦ୍ରଙ୍କ ରଥ ମୋଡ଼ ନେବାରୁ ସମୟ ଲାଗିଥିଲା। ସେହିପରି ଅନୁକୂଳ ପାଗ ଯୋଗୁଁ ରଥଯାତ୍ରାରେ ଦେଢ଼ ଗୁଣା ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଆଶା ଅନୁସାରେ ଏଥର ଅଧିକ ଲୋକ ହୋଇଥିଲେ। ବିଧି ରକ୍ଷା କରି ନନ୍ଦିଘୋଷ ରଥ ଟଣା ଯାଇଥିଲା।ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଆଜି ସନ୍ଧ୍ୟାରେ ରଥଟଣା ସ୍ଥଗିତ ରଖାଯାଇଛି।

ବଳଭଦ୍ରଙ୍କ ତାଳଧ୍ବଜ ବଳଗଣ୍ଡି ଠାରେ ଅଟକି ଥିବା ବେଳେ ମରିଚିକୋଟରେ ସୁଭଦ୍ରାଙ୍କ ଦର୍ପଦଳନ ପହଞ୍ଚିଛି। ବିଶ୍ବନିୟନ୍ତା କାଳିଆ ଠାକୁର ଅଳ୍ପ ଦୂର ଆଗକୁ ବଢ଼ିଛନ୍ତି। ଆସନ୍ତାକାଲି ପୁଣି ଥରେ ମହାପ୍ରଭୁଙ୍କ ରଥ ଗଡ଼ିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସବୁ କିଛି ମହାପ୍ରଭୁଙ୍କ ଇଚ୍ଛାରେ ଚାଲିଛି। ଆସନ୍ତାକାଲି ପୁଣି ରଥ ଟଣା ହେବ।

Leave A Reply

Your email address will not be published.