ଓଡ଼ିଆ ନ୍ୟୁଜ୍: ଘରୋଇ ବସ୍ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର।ତୈଳ ଦର ବୃଦ୍ଧି ପରେ ବଢ଼ିଲା ଘରୋଇ ବସ୍ ଭଡ଼ା। ଅର୍ଡିନାରୀ ବସ୍ କିଲୋମିଟର ପିଛା ୮୮ରୁ ୯୦ ପଇସାକୁ ବୃଦ୍ଧି।ଏକ୍ସପ୍ରେସ କିମି ପିଛା ୯୨ରୁ ୯୪ ପଇସାକୁ ବୃଦ୍ଧି।ଡିଲକ୍ସ ୧ ଟଙ୍କା ୨୭ରୁ ୧ ଟଙ୍କା ୩୧ ପଇସାକୁ ବୃଦ୍ଧି।ଏସି ଡିଲକ୍ସ ଥିଲା ୧ ଟଙ୍କା ୫୫ ପଇସା, ୧ ଟଙ୍କା ୫୯ ପଇସା ହେଲା।ସୁପର ପ୍ରିମିୟମ କିମି ପିଛା ୬ ପଇସା ବଢ଼ି ହେଲା ୨ ଟଙ୍କା ୪୭ ପଇସା।
ରାଜ୍ୟ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ କହିଛନ୍ତି, ଡିଜେଲ ୩ ଟଙ୍କା ବଢିଲା, ଆମେ ଆଉ କ୍ଷତି ସହିପାରିବୁନି । ସରକାରଙ୍କ ସହ ଆଲୋଚନା ସରିଛି । ସଂଘ ସରକାରଙ୍କ ସହ ଆଲୋଚନା କରିସାରିଛି । ପରିବହନ ବିଭାଗକୁ ଚିଠି ଦିଆଯାଇଛି । ଅନୁମୋଦନ ପରେ ତୁରନ୍ତ କାଲିଠୁ ଲାଗୁ ହେବ । ଅଧିକ ସୂଚନା ଦେଇ ସେ କହିଛନ୍ତି, ପ୍ରତି କିଲୋମିଟର ପିଛା ୨ ପଇସା ବଢିବ । ଶ୍ରେଣୀ ଅନୁସାରେ ଦର ଅଲଗା ହେବ । ୧୬ ମାର୍ଚ୍ଚ ୨୦୨୪ରେ ଶେଷ ଥର ଭଡା ବଢିଥିଲା । ତା’ପରଠୁ ଟାୟାର, ମୋବିଲ, ଇନ୍ସୁରାନ୍ସ, ଟୋଲ୍ ସବୁ ମହଙ୍ଗା ହୋଇଛି । ଏବେ ଡିଜେଲ ୩ ଟଙ୍କା ବଢିଲା, ତେଣୁ ଦର ବଢ଼ିବ ।