ଅନୁଭବ ଆଉଟ ସିଦ୍ଧାନ୍ତ ଇନ୍, ରିଅଲିଟି ‘ସୋ’ରୁ ବିଦା ହେବାପରେ ଅନୁଭବ ଅପଲୋଡ କରିଥିବା ଭିଡ଼ି଼ଓକୁ କପି ରାଇଟ୍ ଦେଲା ଘରୋଇ ଚ୍ୟାନେଲ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ଅନୁଭବଙ୍କ ଲକ୍ ବୋଧ ହୁଏ ଏବେ ତାଙ୍କୁ ସାଥ ଦଉନି। ଆନେକା°ଶରେ ଅନୁଭବ ସମସ୍ୟାରେ ସମ୍ମୁଖିନ ହେଉଛନ୍ତି। ପାରିବାରିକ ବିବାଦ ଯେବେ ଠାରୁ ଆରମ୍ଭ ହୋଇଛି, ସେବେଠାରୁ ଅନୁଭବ ଅନେକ ଅସୁବିଧାକୁ ସାମ୍ନା କରୁଛନ୍ତି। ଆଲବମ ଦୁନିଆରୁ କ୍ୟାରିଅର ଆରମ୍ଭ କରିଥିବା ଅନୁଭବ ଗୋଟିଏ ପରେ ଗୋଟିଏ ସଫଳତା ପାଇ ଶେଷରେ ରାଜନୀତିରେ ପାଦ ଥାପିଥିଲେ। ଆଉ ବିଜେଡ଼ିରୁ ଟିକେଟ ପାଇ କେନ୍ଦ୍ର|ପଡା ସାଂସଦ ପ୍ରାର୍ଥୀ ହୋଇ ବିଜୟ ଲାଭ କଲେ। ଯେବେ ଠାରୁ ସେ ଦିଲ୍ଲୀ ଦରବାରରେ ସାଂସଦ ଚେୟାରରେ ବସିଲେ ସେବେଠାରୁ ତାଙ୍କ ଗ୍ରହ ଚାଳନା ଓଲଟା ଚାଲିଲା। ପାରିବାରିକ କଳହ ଲାଗିରହିଲା। ଯାହା ଫଳରେ ଉଭୟ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ କୋର୍ଟର ଆଶ୍ରୟ ନେଲେ। ଏବେ ତାଙ୍କ ମାମଲା ବିଚାରଧିନ ଅଛି।

ସାଂସଦ ହେବା ପରଠାରୁ ଅନୁଭବ ରିଅଲିଟି ସୋ କରିବା ଛାଡ଼ି ଦେଇଥିଲେ। କିନ୍ତୁ କିଛି ଦିନ ପୂର୍ବେ ଓଡିଶାର ଏକ ଘରୋଇ ଟିଭି ଚ୍ୟାନେଲ ଅନୁଭବଙ୍କୁ ଉପସ୍ଥାପକ ଭାବେ ମନୋନୀତ କରିଥିଲା। ଆଉ ଅନୁଭବ ମଧ୍ୟ ତାଙ୍କ ବ୍ୟସ୍ତବହୁଳ ସମୟରୁ କିଛି ସମୟ କାଢି ସେ ରିଅଲିଟି ସୋର ହୋଷ୍ଟିଂ କରିଥିଲେ। କିନ୍ତୁ ପରେ ସେହି ଚ୍ୟାନେଲର କଣ ଅସୁବିଧା ହେଲା ଯେ ଅନୁଭବଙ୍କୁ ସେ ସୋରୁ କାଢି ତାଙ୍କ ଜାଗାରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ହୋଷ୍ଟିଂ ଦାୟିତ୍ଵ ଦେଲା।
https://www.facebook.com/551527034951739/posts/4616638395107229/

କିନ୍ତୁ ଅନୁଭବ ସୁଟିଂ କରିଥିବା ସେହି ସୋର ଏପିସୋଡ଼ ଗୁଡ଼ିକୁ ନିଜେ ଅନୁଭବ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଅପଲୋଡ କରିଥିଲେ। ଯାହାକୁ ଏବେ ସେ ଘରୋଇ ଓଡ଼ିଆ ଚ୍ୟାନେଲ କପିରାଇଟ୍ କ୍ଳେମ୍ ମାରିଛି। ଏହାକୁ ନେଇ ଅନୁଭବ କ୍ଷୁବ୍ଧ ହେବା ସହ ସୋସିଆଲ ମିଡିଆରେ ସ୍କ୍ରିନ୍ ସଟ୍ ସେୟାର କରି ଅସନ୍ତୋଷ ଜାହିର କରିଛନ୍ତି।

ଅନୁଭବ ଲେଖିଛନ୍ତି ଯେ ଅଫିସିଆଲ ଭାବେ, ମୋର ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ କେବଳ ଏକ ପ୍ରଡକ୍ସନ୍ ହାଉସର ଅନୁରୋଧ ହେତୁ ମୁଁ ଅନେକ ଚିତ୍ର,ଭିଡିଓ , ପ୍ରୋମୋକୁ ଅପଲୋଡ଼ କରୁଥିଲି ଏବଂ ମୁଁ ସେମାନଙ୍କୁ ସମ୍ମାନ ଜଣାଉଥିଲି। କିନ୍ତୁ ଆଜି, ସେହି ପୋଷ୍ଟଗୁଡିକ କପିରାଇଟ୍ ଆକ୍ଟ ଅଧୀନରେ ଆଶ୍ଚର୍ଯ୍ୟଜନକ ଭାବରେ ରିପୋର୍ଟ କରାଯାଇଛି। ଏହାପରେ ମୁଁ କେବଳ ପୋଷ୍ଟଗୁଡିକ ଡିଲିଟ୍ କରିନାହିଁ ବରଂ ରିପୋର୍ଟ ହୋଇଥିବା ମୋର ସୋସିଆଲ୍ ମିଡିଆ ଆକାଉଣ୍ଟରୁ ସୋ’ ସହିତ ଜଡ଼ିତ ଥିବା ଅନ୍ୟ ସମସ୍ତ ପୋଷ୍ଟକୁ ଡିଲିଟ୍ କରିଛି।

 ଏହିପୋଷ୍ଟଟି କେବଳ ଉପରୋକ୍ତ ବିଷୟଗୁଡ଼ିକ ବିଷୟରେ ମୋର ପ୍ରଶଂସକମାନଙ୍କୁ ଜଣାଇବା ପାଇଁ କରିଛି । ଅନ୍ୟ କେହି ଏଥିପାଇଁ ଅପରାଧୀ ନୁହେଁ ବୋଲି ଅନୁଭବ ଲେଖିଛନ୍ତି।

Leave A Reply

Your email address will not be published.