କମିଲା ଖରାଛୁଟି ସମୟ ସୀମା: ସକାଳ ୬ଟାରୁ ୯ଟା ଯାଏଁ ସ୍କୁଲରେ ହେବ ପାଠ ପଢ଼ା, ସିଲାବସରେ ହେଲା ପରିବର୍ତ୍ତନ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  କମିଲା ଖରାଛୁଟି ସମୟ ସୀମା । ପାଠପଢ଼ା ପାଇଁ ସ୍କୁଲ ଖରାଛୁଟିରେ କାଣ୍ଟଛାଣ୍ଟ୍‌ । ଜୁନ୍‌ ୬ରୁ ଜୁନ୍‌ ୧୬ ଯାଏ ହେବ ଗ୍ରୀଷ୍ମ ଅବକାଶ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ମେ ପହିଲାରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବ । ମେ ପହିଲାରୁ ଜୁନ୍‌ ୫ ଯାଏ ସକାଳ ୬ଟାରୁ ୯ଟା ଯାଏଁ ସ୍କୁଲରେ ହେବ ପାଠ ପଢ଼ା । ପୂର୍ବପରି ସ୍କୁଲରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଜାରି ରହିବ । ଏପ୍ରିଲ ୨୦ ମଧ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯିବ । ଏପ୍ରିଲ ୨୦ ରୁ ୩୦ ତାରିଖ ମଧ୍ୟରେ ପ୍ରଥମରୁ ନବମ ଶ୍ରେଣୀ ଯାଏ ନୂଆ ନାମଲେଖା ଓ ପୁନଃ-ନାମଲେଖା ପ୍ରକ୍ରିୟା ଚାଲିବ ।

 କୋଭିଡ ମହାମାରୀ ଯୋଗୁ ଗତ ୨ ବର୍ଷରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବହୁ ପରିମାଣରେ ପ୍ରଭାବିତ ହୋଇଛି । ଏହାକୁ ଭରଣା ପାଇଁ ଲର୍ଣ୍ଣିଂ ରିକଭରି ପ୍ଲାନ-LRP ଲାଗୁ କରାଯିବ । ବିଦ୍ୟାଳୟର ବର୍ତ୍ତମାନ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନେଇ ଏହାକୁ କାର୍ଯ୍ୟକାରୀ କରାଯିବ । ଏଥିରେ ଗଣିତ, ବିଜ୍ଞାନ ଏବଂ ଇଂରାଜୀ ବିଷୟ ଉପରେ ଫୋକସ କରାଯିବ । ୨୦୨୨-୨୩ ଶିକ୍ଷାବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇ ବର୍ଷକୁ ଏକକ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଛି । କିନ୍ତୁ ଏନେଇ ଗଣଶିକ୍ଷା ବିଭାଗ କିଛି ନିଷ୍ପତ୍ତି ନିଆଯାଇନାହିଁ ।  ନୂତନ ଶିକ୍ଷା ବର୍ଷରୁ ଶତ ପ୍ରତିଶତ କୋର୍ସରେ ଛାତ୍ରଛାତ୍ରୀ ପାଠପଢା ଯିବ ।

Leave A Reply

Your email address will not be published.