ନରସିଂହପୁର ଅଢେଇଗୁଣ୍ଡିରେ ଘରୋଇ ମନ୍ଦିରକୁ ଆମ ଓଡ଼ିଶା ନବୀନ ବହିରେ ବିଜ୍ଞାପନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ନରସିଂହପୁର ବ୍ଲକ ରୁ ଆସିଲା ଆମ ଓଡ଼ିଶା ନବୀନ ଓଡିଶା ର ମିଥ୍ୟା ତଥ୍ୟ। ଅଢେଇଗୁଣ୍ଡି ସମିତି ସଭ୍ୟ ମନୋଜ ପଣ୍ଡା ଖୋଲିଲେ ଗୁମର।

ଅଢେଇଗୁଣ୍ଡି ଗ୍ରାମରେ ଥିବା ଏକ ଘରୋଇ ମା ମଙ୍ଗଳା ମନ୍ଦିର ସେହି ଗାଁର ଜଣେ ବ୍ୟକ୍ତି ନିଜସ୍ଵ ଅର୍ଥରେ ତିଆରି କରିଥିବା ବେଳେ ଏହା ବିଧାୟକ ଦେବୀ ମିଶ୍ର ଙ୍କର ନିଜ ପାଣ୍ଠି ରୁ ୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ବୋଲି ଆମ ଓଡ଼ିଶା ନବୀନ ଓଡିଶା ବିଜ୍ଞାପନ ପୁସ୍ତିକା ରେ ଦର୍ଶାଇଛନ୍ତି। ସେହିପରି ଆମ ଓଡିଶା ନବୀନ ଓଡିଶା ପଂଚାୟତ ସ୍ତରୀୟ ସଚେତନତା ଶିବିର ରେ ମଧ୍ୟ ନିଜେ ଅଢେଇଗୁଣ୍ଡି ପଞ୍ଚାୟତ ର ଜେ.ଇ ମଞ୍ଜୁଳା ଦାସ ଏହାକୁ ପାଠ କରିଛନ୍ତି।

ଏନେଇ ଗ୍ରାମବାସୀମାନେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ସମିତିସଭ୍ୟ ମନୋଜ ପଣ୍ଡା କହିଛନ୍ତି ପାପ ପାତାଳ ରୁ ବାହାରିବ। ବିଡ଼ିଓ ଓ କନିଷ୍ଠ ଯନ୍ତ୍ରୀ ମିଛ ପ୍ରଚାର ପାଇଁ ସରକାରୀ କର୍ମଚାରୀ ବିଜେଡି ଦଳର ପୃଷ୍ଠପୋଷକତା ସାଜୁଥିବା ବେଳେ ଏହାକୁ ନିନ୍ଦା କରିଛନ୍ତି। ଏନେଇ ନରସିଂହପୁର ବିଡ଼ିଓ କହିଛନ୍ତି ଜେଇ ଓ ପିଇଓ ଙ୍କର ବିରୁଦ୍ଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।

Leave A Reply

Your email address will not be published.