ଆଳୁ ଗାଡି ଆସୁ ନ ଥିବାରୁ ପ୍ରତିବାଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ନ ଛାଡିବା ପ୍ରସଙ୍ଗରେ କଟକରେ ପ୍ରତିବାଦ କରାଯାଇଛି। କଟକ ମଙ୍ଗୁଳିଛକଠାରେ ଓଡ଼ିଶା ମଧ୍ୟ ଦେଇ ପଶ୍ଚିମବଙ୍ଗକୁ ଯାଉଥିବା ଖାଦ୍ୟ ସାମଗ୍ରୀ ଗାଡ଼ି ଗୁଡିକୁ ଅଟକା ଯାଉଛି। ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଗାଡି ଆସୁନାହିଁ।

ପଶ୍ଚିମବଙ୍ଗ ସରକାର ପର୍ଯ୍ୟାପ୍ତ ପରିମାଣର ଆଳୁ ଗାଡି ଛାଡୁନଥିବାରୁ ଓଡ଼ିଶାରେ ଆଳୁ ସଙ୍କଟ ଦେଖାଦେଇଛି। ଫଳରେ ଓଡ଼ିଶା ଦେଇ ପଶ୍ଚିମବଙ୍ଗକୁ ଯାଉଥିବା ପରିବା ଗାଡିକୁ ଛାଡିନାହାଁନ୍ତି କଟକ ବିଭିନ୍ନ ସାମାଜିକ ସଂଗଠନ। ପଶ୍ଚିମବଙ୍ଗ ସରକାରଙ୍କ ବୈମାତୃକ ମନୋଭାବକୁ ପ୍ରତିବାଦ କରି ୧୬ ନଂ ଜାତୀୟ ରାଜପଥରେ ପରିବା ବୋଝେଇ ଗାଡି ସହ ଅନ୍ୟାନ୍ୟ ଗାଡିଗୁଡିକୁ ରାସ୍ତାରେ ଅଟକାଇଛନ୍ତି ସଂଗଠନର ସଦସ୍ୟ। ପଶ୍ଚିମବଙ୍ଗ ସରକାରଙ୍କ ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶାକୁ ଆଳୁ ଗାଡି ନଛାଡିବା ପ୍ରତିବାଦରେ ଓଡ଼ିଶା ମଧ୍ୟ ଦେଇ ପଶ୍ଚିମବଙ୍ଗକୁ କୌଣସି ଖାଦ୍ୟ ସାମଗ୍ରୀ ଗାଡି ଛଡାଯିବ ନାହିଁ ବୋଲି କୁହାଯାଇଛି।

ଆଜି ସକାଳୁ ମଙ୍ଗୁଳି ଛକରେ ଗାଡି ଗୁଡିକ ଅଟକାଇ ପ୍ରତିବାଦ କରିଛନ୍ତି ସଂଗଠନର ସଦସ୍ୟ। ପର୍ଯ୍ୟାପ୍ତ ପରିମାଣର ଆଳୁ ଗାଡି ଆସୁନଥିବାରୁ ରାଜ୍ୟରେ ଆଳୁ ଅଭାବ ଦେଖା ଦେବା ସହିତ ଦର ବୃଦ୍ଧି ପାଇଥିବା ଅଭିଯୋଗ କରିଛନ୍ତି ସାମାଜିକ ସଂଗଠନ।  ସ୍ଥାନୀୟ କିଛି ସାମାଜିକ ସଂଗଠନର କର୍ମକର୍ତ୍ତା ୧୬ ନଂ ଜାତୀୟ ରାଜପଥରେ ଏଭଳି ପ୍ରତିବାଦ କରୁଛନ୍ତି। ପଶ୍ଚିମବଙ୍ଗକୁ ଖାଦ୍ୟ ସାମଗ୍ରୀ ପରିବହନ କରୁଥିବା ସମସ୍ତ ଗାଡ଼ିକୁ ଆଜିଠାରୁ ଶାନ୍ତିପୂର୍ଣ୍ଣ ଭାବରେ ଅଟକ ରଖାଯିବ ବୋଲି ଆନ୍ଦୋଳନକାରୀ କହିଛନ୍ତି।

Leave A Reply

Your email address will not be published.