ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଲ୍ୟାପଟପ ଓ ଭିନ୍ନକ୍ଷମ ବିବାହିତ ଦମ୍ପତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଲ୍ୟାପଟପ ଓ ଭିନ୍ନକ୍ଷମ ବିବାହିତ ଦମ୍ପତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ପ୍ରଦାନ | ଆଜି ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ରାଇରଙ୍ଗପୁର ଗସ୍ତ ରେ ଆସି ମିଳିତ ଜନଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରିଥିଲେ |

ଏହାପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କକ୍ଷରେ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ଓ ରାଇରଙ୍ଗପୁରର ମାନ୍ୟବର ବିଧାୟକ ଶ୍ରୀ ଜଲେନ ନାଏକ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ର ଯୁକ୍ତ ତିନି (ଦ୍ଵିତୀୟ ବର୍ଷ )ରେ ଅଧ୍ୟୟନରତା ରାଇରଙ୍ଗପୁର ବ୍ଲକ ଅଧିନସ୍ତ ହାତିଆ ଗ୍ରାମ ର ସନ୍ଧ୍ୟା ସୁତିନ ହାଁସଦା ନାମ୍ନୀ ଜୈନିକା ଦୃଷ୍ଟିବାଧିତା ଦିବ୍ୟାଙ୍ଗ ଛାତ୍ରୀ ଙ୍କୁ ଲ୍ୟାପଟପ ପ୍ରଦାନ କରିଥିଲେ  | ଏବଂ ଜାମଦା ବ୍ଲକ ର ଜୈନେକ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ବ୍ୟକ୍ତି, ଶ୍ରୀ ପ୍ରଦୀପ ଚନ୍ଦ୍ର ମହାନ୍ତ ଯିଏକି ରୁକ୍ମିଣୀ ମହାକୁଡ଼ ନାମ୍ନୀ ଜଣେ ସୁସ୍ଥ ମହିଳା ଙ୍କୁ ବିବାହ କରିଥିବାରୁ ଉକ୍ତ ବିବାହିତ ଦମ୍ପତି ଙ୍କୁ ଟ.୨, ୫୦, ୦୦୦/-ଙ୍କା ର ବିବାହ ପ୍ରୋତ୍ସାହନ ରାଶି ବ୍ୟାଙ୍କ ଚେକ ଜରିଆରେ ପ୍ରଦାନ କରିଥିଲେ |

ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶ, ରାଇରଙ୍ଗପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ରଂଜିତ କୁମାର ସୋରେନ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ

Leave A Reply

Your email address will not be published.