ଓଡ଼ିଆ ନ୍ୟୁଜ୍: ରାଜ୍ୟସଭା ସାଂସଦ ରାଘବ ଚଢାଙ୍କ ସୁରକ୍ଷାକୁ ନେଇ ରାଜନୀତି ହଇଚଇ। ପଞ୍ଜାବ ସରକାର ଚଡ୍ଡାଙ୍କ “Z+” ସିକ୍ୟୁରିଟି ପ୍ରତ୍ୟାହାର କରିବା ପରେ କେନ୍ଦ୍ର ସରକାର ସୁରକ୍ଷା ଯୋଗାଇ ଦେବେ ବୋଲି ସୂଚନା ମିଳୁଛି। କେନ୍ଦ୍ର ସରକାର ତାଙ୍କୁ “Z” କାଟାଗୋରି ପ୍ରଦାନ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
Z-ବର୍ଗର ସୁରକ୍ଷା କବଚ କ’ଣ?
ଭାରତରେ ସୁରକ୍ଷାକୁ ଅନେକ ବର୍ଗରେ ବିଭକ୍ତ କରାଯାଇଛି, “Z” ବର୍ଗକୁ ଦ୍ୱିତୀୟ ସବୁଠାରୁ ମଜବୁତ ସୁରକ୍ଷା ବଳୟ ଭାବରେ ବିବେଚନା କରାଯାଏ। ଏହି ସୁରକ୍ଷା କଭର ଅଧୀନରେ, ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ପାଇଁ ମୋଟ ୨୨ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏହି କର୍ମଚାରୀମାନଙ୍କ ମଧ୍ୟରେ ଦିଲ୍ଲୀ ପୋଲିସ, ITBP କିମ୍ବା CRPFର ସଶସ୍ତ୍ର କର୍ମଚାରୀ ଅନ୍ତର୍ଭୁକ୍ତ। ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ, ଚାରିରୁ ପାଞ୍ଚ ଜଣ ଜାତୀୟ ସୁରକ୍ଷା ଗାର୍ଡ (NSG) କମାଣ୍ଡୋଙ୍କୁ ନିୟୋଜିତ କରାଯାଇପାରେ। ଏହି ପରିଧି ମଧ୍ୟରେ ନିୟୋଜିତ