ସ୍କୁଲ୍‌ ପାଚେରୀ ଭୁଶୁଡ଼ି ୨ ଛାତ୍ରୀ ମୃତ

0

ଓଡ଼ିଆ ନ୍ୟୁଜ୍: ସ୍କୁଲ୍‌ ପାଚେରୀ ଭୁଶୁଡ଼ି ୨ ଛାତ୍ରୀ ମୃତ। ଆର. ଉଦୟଗିରି ଥାନା ରୁବୁଡିସିଂ ପ୍ରାଥମିକ ସ୍କୁଲ୍‌ରେ ଅଘଟଣ।ଖେଳୁଥିଲା ବେଳେ ପାଚେରୀ ଭୁଶୁଡ଼ିବାରୁ ଚାପି ହୋଇ ମୃତ।ଜଣେ ଚତୁର୍ଥ ଓ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀ ମୃତ।ଖେଳିବାକୁ ଟିକିଏ ଅଟକିଗଲେ ସ୍କୁଲରେ । ସାଙ୍ଗ ମାନଙ୍କ ସହ ଖୁସି ମନରେ ଖେଳୁଥିଲେ । ହଠାତ୍ ଭାଙ୍ଗିପଡିଲା ସ୍କୁଲ ପାଚେରୀ l ପାଚେରୀ ତଳେ ଚାପି ହୋଇଗଲେ ୨ ଛାତ୍ରୀ । କେହି କିଛି କରିବା ଆଗରୁ ଛଟପଟ ହୋଇ ଚାଲିଯାଇଥିଲା ଦୁହିଁଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ରବୁଡିସିଂ ପ୍ରାଥମିକ ବିଦ୍ୟାଳୟରେ l ମୃତ ଛାତ୍ରୀ ୨ ଜଣ ହେଲେ ଚତୁର୍ଥ ଶ୍ରେଣୀର ଇଡନ୍ତି ରଇତ ଓ ପଞ୍ଚମ ଶ୍ରେଣୀର ବେକିଲେସ ରଇତ।

ବୁଧବାର ସକାଳୁଆ ସ୍କୁଲ ଥିଲା । ପିଲାଙ୍କ ପାଠପଢା ପରେ ବିଦ୍ୟାଳୟ ଛୁଟି ହୋଇସାରିଥିଲା l ଏହାପରେ ସ୍କୁଲ ପରିସରରେ ପିଲାମାନେ ଖେଳୁଥିଲେ l ଚତୁର୍ଥ ଶ୍ରେଣୀ ଏହି ଦୁଇ ଛାତ୍ରୀ ମଧ୍ୟ ସାଙ୍ଗ ପିଲାଙ୍କ ସହ ଖେଳୁଥିଲେ । ଏହି ସମୟରେ ହଠାତ୍ ସ୍କୁଲ ପାଚେରୀଟି ଭାଙ୍ଗି ସେମାନଙ୍କ ଉପରେ ପଡିଯାଇଥିଲା l ଫଳରେ ପାଚେରୀ ତଳେ ଚାପି ହୋଇ ୨ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । କେହି ସେମାନଙ୍କୁ ଉଦ୍ଧାର କରିପାରିନଥିଲେ । ଚାହୁଁ ଚାହୁଁ ଦୁଇ ଛାତ୍ରୀଙ୍କ ଜୀବନ ଚାଲିଯାଇଥିଲା । ରା.ଉଦୟଗିରି ପୋଲିସ ଓ ନୂଆଗଡ଼ ବ୍ଲକ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟ ଛାତ୍ରୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୁଃଖରେ ଭାଙ୍ଗିପଡ଼ିଛନ୍ତି ପରିବାର ।

 

Leave A Reply

Your email address will not be published.