24×7 ସ୍ଵଛ ପାନିଅ ଜଳ ଯୋଗାଇବାରେ ଓଡିଶାର ପୁରୀ ସହର ଭାରତର ପ୍ରଥମ

0

ଓଡ଼ିଶାର ପୁରୀ ଭାରତର ପ୍ରଥମ ସହର ଯାହା 24 ଘଣ୍ଟା ପାଇଁ ସ୍ଵଛ ପାନିଅ ଜଳ ଯୋଗାଉଛି | ଯାହା ପାଇଁ 2.5 ଲକ୍ଷ ବାସିନ୍ଦା ଉପକୃତ ହେଉଛନ୍ତି | 24×7 ‘ପିଇବା ନିରାପଦ’ ଟ୍ୟାପ୍ ଜଳ ଯୋଗାଇବାରେ ଓଡିଶାର ପୁରୀ ଭାରତର ପ୍ରଥମ ସହର ହୋଇଛି | ସହରରେ ବାସ କରୁଥିବା ଆନୁମାନିକ 2.5 ଲକ୍ଷ ଲୋକ ଏବଂ ପ୍ରତିବର୍ଷ ପୁରୀ ପରିଦର୍ଶନ କରୁଥିବା ପ୍ରାୟ 2 କୋଟି ପର୍ଯ୍ୟଟକ ଏହି ସୁବିଧା ଯୋଗୁ ବହୁତ ଲାଭବାନ ହୋଇପାରିବେ | ସହର ନିରାପତ୍ତା ଏବଂ ସ୍ୱଚ୍ଛତା ଦିଗରୁ ଓଡିଶାର ପୁରୀ ଭାରତର ପ୍ରଥମ ସହର ଯିଏକି 24 ଘଣ୍ଟିଆ Tap ମାଧ୍ୟମରେ ସ୍ଵଛ ପାଣି ଯୋଗାଇ ବାରେ ସଫଳତା ହାସଲ କରିଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘Sujal’ drink-from-tap mission ଯୋଗୁରୁ ଓଡିଶାର ପୁରୀ ହେଉଛି ପ୍ରଥମ ସହର ଯାହା 24 ଘଣ୍ଟିଆ ସ୍ୱଚ୍ଛ ପାନୀୟ ଜଳ ଟ୍ୟାପ୍ ମାଧ୍ୟମରେ ଉପଲବ୍ଧ ହୋଇପାରିଛି | ଏହି ପାଣି କୁ ଫିଲ୍ଟରେସନ୍ କରିବା ଆବଶ୍ୟକ ନାହିଁ | ଏହା ସିଧାସଳଖ ପିଇବା ଏବଂ ରାନ୍ଧିବା ପାଇଁ ବ୍ୟବହାର କରାଯାଇପାରିବ | ପର୍ଯ୍ୟଟକ ମାନେ ପୁରୀ ବୁଲିଲା ବେଳେ ସେମାନଙ୍କୁ ଆଉ ପାଣି ବୋତଲ କିଣିବାକୁ ପଡ଼ିବନି | ସେମାନେ direct tap କିମ୍ବା ବୋତଲରେ ପାଣି ନେଇ ପିଇ ପାରିବେ |

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର, ଜୁଲାଇ 26 ରେ ଏହାର ପ୍ରଥମ ଉଦଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ବିବୃତ୍ତି ଅନୁଯାୟୀ, “ପୁରୀ ହେଉଛି ଦେଶର ପ୍ରଥମ ସହର, drink-from-tap ପ୍ରକଳ୍ପ କାର୍ଯ୍ୟକାରୀ କରିଛି। ଫଳସ୍ୱରୂପ, ପୁରୀର ଲୋକମାନେ ଟ୍ୟାପରୁ ସିଧାସଳଖ ଉଚ୍ଚମାନର ପାନୀୟ ଜଳ ପାଇବେ | ପାନୀୟ ଜଳ ସଂରକ୍ଷଣ କିମ୍ବା ଫିଲ୍ଟର କରିବାର କୌଣସି ଆବଶ୍ୟକତା ନାହିଁ | କେବଳ ବିଶ୍ୱର ପ୍ରମୁଖ ସହରଗୁଡ଼ିକରେ ଏଭଳି ସୁବିଧା ରହିଛି | ଏହାଦ୍ୱାରା ପୁରୀର 2.5 ଲକ୍ଷ ଲୋକଙ୍କ ସହ ବାର୍ଷିକ ପୁରୀକୁ ଆସୁଥିବା 2 କୋଟି ପର୍ଯ୍ୟଟକ ଉପକୃତ ହୋଇପାରିବେ ।”

“ଆଜିର ଦିନ ଓଡିଶାର ବିକାଶ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡିଛି, ମହାପ୍ରଭୂଙ୍କ ପୁରୀ ଧାମରେ ​​ଥିବା ସମସ୍ତ ପରିବାର ‘Sujal Mission’ ଅଧୀନରେ ଟ୍ୟାପରୁ ସ୍ଵଛ ପାନୀୟ ଜଳ ପାଇ ପାରିବେ । ପ୍ରଭୁଙ୍କ ବାସସ୍ଥାନରେ ଏହି ପ୍ରକଳ୍ପ ପ୍ରଥମେ କାର୍ଯ୍ୟକାରୀ ହୋଇ ପାରିଛି | ଏପରିକି ମେଟ୍ରୋ ସହରଗୁଡ଼ିକରେ ମଧ୍ୟ ଏହି ସୁବିଧା ନାହିଁ | ଆଜି ପୁରୀ ଲଣ୍ଡନ, ନ୍ୟୁୟର୍କ ଏବଂ ସିଙ୍ଗାପୁର ସମେତ ବିଶ୍ୱର ବୃହତ୍ତମ ସହର ଲିଗରେ ଯୋଗ ଦେଇଛି ।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି,  ପୁରୀରେ ଉତ୍ପାଦିତ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁକୁ ହ୍ରାସ କରିବା ଉଦ୍ଦେଶ୍ୟରେ ସହରର 400 ବିଭିନ୍ନ ସ୍ଥାନରେ water fountains ମଧ୍ୟ ସ୍ଥାପନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି କହିଛନ୍ତି, “ଏହା ହେଉଛି ‘5 ଟି’ ପଦକ୍ଷେପର ସର୍ବୋତ୍ତମ ମଡେଲ୍ | ଉତ୍ତମ ପାନୀୟ ଜଳ ସ୍ୱାସ୍ଥ୍ୟ, ଜୀବନଶୈଳୀ ଏବଂ ଅର୍ଥନୀତି ସହିତ ଏକ ଦୃଢ ସଂଯୋଗ ରହିଛି | ତେଣୁ ମୁଁ ଲୋକଙ୍କୁ ଅନୁରୋଧ କରୁଛି ଯେ ଜଳ ନଷ୍ଟ ନକରିବା କିମ୍ବା ଦୂଷିତ ନକରିବା | ପାନୀୟ ଜଳର ବଜେଟ୍ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିଗୁଣିତ ହୋଇଛି। 200 କୋଟି ଟଙ୍କାର ପୂର୍ବ ଜଳ ବଜେଟ୍ ଆଜି 4000 କୋଟିରେ ପହଞ୍ଚିଛି।

Leave A Reply

Your email address will not be published.