୨୯୯ରେ ମିଳିବ ୩୦ ଜିବି ଡାଟା, ଭୋଡାଫୋନ୍-ଆଇଡିଆ ଲଞ୍ଚ କଲା ନୂଆ ପ୍ଲାନ୍

0

ଭୋଡାଫୋନ୍ ଆଇଡିଆ ଲିମିଟେଡ୍(ଭିଆଇଏଲ୍) ନୂତନ ପୋଷ୍ଟପେଡ୍ ପ୍ଲାନ୍ ଲଞ୍ଚ କରିଛି । ଏହାର ସବୁ ପ୍ଲାନ୍ କର୍ପୋରେଟ୍ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ । ଏହି ନୂତନ ପ୍ଲାନ୍ କୁ ୨୯୯ରୁ ଆରମ୍ଭ କରାଯାଇଛି । ଏଥିରେ ଦୈନିକ ଡାଟା ବ୍ୟବହାର କରିବାର କୌଣସି ଲିମିଟ୍ ନାହିଁ । କମ୍ପାନୀ ପକ୍ଷରୁ ଏଥିରେ ଅନେକ ଅଫର୍ ଦିଆଯାଇଛି ।

କମ୍ପାନୀ ମୁତାବକ, ସେମାନେ କର୍ପୋରେଟ୍ ଗ୍ରାହକଙ୍କ ପାଇଁ ଅଫର୍ ଅଣଯାଇଛି । ଭିଆଇ ବିଜନେସ୍ ପ୍ଲସ୍ ପ୍ଲାନ୍ କର୍ପୋରେଟ୍ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପ୍ଲାନ୍ ଲଞ୍ଚ କରିଛି ।

୨୯୯ ପ୍ଲାନ୍- କମ୍ପାନୀ ୨୯୯ ଟଙ୍କାରେ ଯେଉଁ ପ୍ଲାନ୍ ଲଞ୍ଚ କରିଛି, ଏଥିରେ ୩୦ ଜିବି ପର୍ଯ୍ୟନ୍ତ ଡାଟା ମିଳିପାରିବ ।
୩୪୯ ପ୍ଲାନ୍- ୩୪୯ ଟଙ୍କାରେ ୪୦ ଜିବି ପର୍ଯ୍ୟନ୍ତ ଡାଟା ମିଳିବାର ସୁବିଧା ଦିଆଯାଇଛି ।
୩୯୯ ପ୍ଲାନ୍- ୩୯୯ ଟଙ୍କାର ପ୍ଲାନ୍ ରେ ୬୦ ଜିବି ପର୍ଯ୍ୟନ୍ତ ଡାଟା ମିଳୁଛି ।
୪୯୯ ପ୍ଲାନ୍- ୪୯୯ ଟଙ୍କାର ପ୍ଲାନ୍ ରେ ୧୦୦ ଜିବି ପର୍ଯ୍ୟନ୍ତ ଡାଟା ମିଳିପାରିବ ।

ଏହି ନୂତନ ରିଚ୍ଚାର୍ଜ ଅଫର୍ ରେ ଭିଆଇ ମୁଭି, ଡିଜନି ହଟଷ୍ଟାର୍ ଭିଆଇପି ୧ବର୍ଷ ପାଇଁ ମିଳିବ । ଏଥିସହ ପ୍ରୋଫାଇଲ୍ ଟ୍ୟାନସ୍, କଲର୍ ଟ୍ୟୁନ୍ ର ମଧ୍ୟ ସୁବିଧା ଉଠାଇ ପାରିବେ ।

Leave A Reply

Your email address will not be published.