ତାଳଧ୍ବଜ ରଥର ଭୋଇ ସେବକ ନକୁଳ ଭୋଇଙ୍କ ମୃତ୍ୟୁ, ବାହୁଡା ଦିନ ରଥ ଦଉଡି ଛିଡି ହୋଇଥିଲେ ଗୁରୁତର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୋଇ ସେବକଙ୍କ ପାଇ ଦୁଃଖଦ ଖବର ।ତାଳଧ୍ବଜ ରଥର ଭୋଇ ସେବକ ନକୁଳ ଭୋଇଙ୍କ ମୃତ୍ୟୁ ଘଟିଛି। ଗତ ବାହୁଡାଯାତ୍ରା ଦିନ ବଳଭଦ୍ରଙ୍କ ତାଳଧ୍‌ଜ ରଥର ଦଉଡି ଛିଡି ଯିବାରୁ ସେ ଘୋଷାଡି ହୋଇ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ପୁରୀ ସଦର ମୁଖ୍ଯ ଚିକିତ୍ସାଳୟ ଓ ପରେ ଏମସ୍‌ କୁ ସ୍ଥାନାନ୍ତର କରାଯାଇଥିଲା।ଚିକିତ୍ସାଧୀନ ଅବସ୍ଥାରେ ଆଜି ନକୁଳଙ୍କ ମୃତ୍ୟୁ ହୋଇଛି।ଏହି ଖବର ଜଣାପଡିବା ପରେ ଭୋଇ ସେବକ ଦୁଃଖରେ ଭାଙ୍ଗି ପଡିଛନ୍ତି ।ରଥ ର୍ନିମାଣରେ ଭୋଇ ସେବକଙ୍କ ଗୁରୁତ୍ବପୂର୍ଣ୍ଣ

 ଭୂମିକା ଥାଏ।ରଥ ର୍ନିମାଣର ଆରମ୍ଭରୁ ରଥ ଭାଙ୍ଗିବା ଯାଏଁ ଏମାନେ ଅକ୍ଲାନ୍ତ ପରିଶ୍ରମ କରିଥାନ୍ତି ।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରାଯାଇଛି।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି।ରଥଯାତ୍ରାରେ ବୀମାଭୁକ୍ତ ହୋଇଥିବାରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ରଞ୍ଜନ କୁମାର ଦାସ ଏ ନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.