ଓଡ଼ିଆ ନ୍ୟୁଜ୍: ଆସନ୍ତା ୨୩ରେ ଅସ୍ଥାୟୀ ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ନିଷ୍ପତ୍ତି। ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ ମହାପ୍ରଭୁଙ୍କ ଅଳଙ୍କାର।ଯଦି ସ୍ଥାନାନ୍ତର ୨୩ରେ ନସରିବ ତେବେ ୨୪ରେ ହେବ ପୁର୍ନବାର ସ୍ଥାନାନ୍ତର। ରତ୍ନଭଣ୍ଡାର ସବ୍କମିଟି ବୈଠକରେ ମୁଖ୍ୟ ପ୍ରଶାସକଙ୍କ ସୂଚନା। ଭୋର ୪ଟାରୁ ଦ୍ବାରଫିଟା, ଅମୃତ ବେଳା ସମୟ ଅନୁସାରେ ରତ୍ନ ସ୍ଥାନାନ୍ତର।
୨୩ରେ ସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିବ।ଅଳଙ୍କାର ସ୍ଥାନାନ୍ତର ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ପଡ଼ିବ। ରତ୍ନଭଣ୍ଡାର ଚାବି ଟ୍ରେଜେରୀରେ ଦାଖଲ କରାଯିବ। ଗଣତି ମଣତି ଉପରେ ପରିଚାଳନା କମିଟି ନିଷ୍ପତ୍ତି ନେବ- ମୁଖ୍ୟ ପ୍ରଶାସକ।୧୯୭୮ ମସିହା ରତ୍ନ ଅଳଙ୍କାର ତାଲିକା ସହ ମେଳକ କରାଯିବ।