ନୂଆଦିଲ୍ଲୀ( ଓଡ଼ିଆ ନ୍ୟୁଜ୍): ରୁଷ-ୟୁକ୍ରେନ ଯୁଦ୍ଧ ତିନି ମାସ ୩ ମାସ ପାର କଲାଣି। ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଅନେକ ଖବର ବି ସାମନାକୁ ଆସିଲାଣି । ଏପରିକି ପୁଟିନଙ୍କୁ ଦାଗିରୁ ହଟାଇବା ପାଇଁ ଷଡଯନ୍ତ୍ର ଚାଲିଥିବା ଖବର ମଧ୍ୟ ପୁଟିନ ଜାଣିସାରିଲେଣି। ତେବେ ଏହାରି ଭିତରେ ସମସ୍ତଙ୍କୁ ଚକିତ କଲାଭଳି ଖବର ସାମନାକୁ ଆସିଛି।ପୁଟିନଙ୍କ ୩୫ ବର୍ଷିୟ ଝିଅ କାଟେରିନା ଟିକୋନୋଭା ହୋଇପାରନ୍ତି ଋଷର ପରବର୍ତ୍ତୀ ରାଷ୍ଟ୍ରପତି। କାରଣ ପୁଟିନ ନିଜ ଝିଅକୁ ରୁଷର କ୍ଷମତା ଗାଦିରେ ବସାଇବାକୁ ଯୋଜନା କରୁଛନ୍ତି।
ପୁଟିନଙ୍କ ଦେହାନ୍ତ ପରେ ରୁଷରେ ସ୍ଥିତି କିପରି ବଜାୟ ରହିବ ସେନେଇ କ୍ରେମଲିନ ଅଧିକାରୀମାନେ ଚିନ୍ତିତ ଅଛନ୍ତି। ରୁଷର ଏଲିଟ୍ ଗ୍ରୁପ ପୁଟିନଙ୍କ ବିନା ସେମାନଙ୍କ ଭବିଷ୍ୟତ କଥା ଚିନ୍ତା କରିବା ଆରମ୍ଭ କରିସାରିଛନ୍ତି। ତେବେ ସେମାନଙ୍କ ଚିନ୍ତା ଦୂର କରିପାରନ୍ତି ପୁଟିନଙ୍କ କାଟେରିନା । ରୁଷ ରାଷ୍ଟ୍ରପତି ପଦ ପାଇଁ ଭ୍ଲାଦିମିର ପୁଟିନଙ୍କ ଝିଅ କାଟେରିନାଙ୍କ ନାଁକୁ ନେଇ ସକ୍ରିୟ ଆଲୋଚନା ହେଉଛି। ତେବେ ଏହି ନିଷ୍ପତ୍ତିକୁ କେହି ବିରୋଧ କରିବେନି ବୋଲି ଚର୍ଚ୍ଚା ହେଉଛି।