କୋଟା ଭିତରେ ମିଳିବ କୋଟା; ସୁପ୍ରିମ କୋର୍ଟଙ୍କ ମଞ୍ଜୁରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ଅନୁସୂଚୀତ ଜାତି / ଅନୁସୂଚୀତ ଜନଜାତି ସଂରକ୍ଷଣରେ ଜାତି ଭିତ୍ତିକ ସଂରକ୍ଷଣ ଉପରେ ମୋହର ଲଗାଇଛନ୍ତି। ଇଭି ଚିନ୍ନାୟା ବନାମ ଆନ୍ଧ୍ରପ୍ରଦେଶ ମାମଲାରେ ନିଷ୍ପତ୍ତି ପରିବର୍ତ୍ତନ କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅନୁସୂଚୀତ ଜାତି / ଅନୁସୂଚୀତ ଜନଜାତି ସଂରକ୍ଷଣରେ ଜାତି ଭିତ୍ତିକ ସଂରକ୍ଷଣ ଉପରେ ଆଜି ସୁପ୍ରିମକୋର୍ଟ ଏଭଳି କିଛି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି |

ସୁପ୍ରିମକୋର୍ଟର ୭ ଜଣ ବିଚାରପତିଙ୍କ ସାମ୍ବିଧାନିକ ବେଞ୍ଚ କହିଛନ୍ତି, ଏସସି/ଏସଟି ବର୍ଗରେ ଅଧିକ ପଛୁଆ ବର୍ଗର ଲୋକଙ୍କ ପାଇଁ ପୃଥକ କୋଟା ଦିଆଯାଇପାରିବ। ପ୍ରଧାନ ବିଚାରପତି ଡିଓ୍ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏହି ବେଞ୍ଚ ବହୁମତରେ ୬-୧ ଏହି ନିଷ୍ପତ୍ତି ଗ୍ରହଣ କରିଛି।  ୨୦୦୪ ମସିହାରେ ଇଭି ଚିନ୍ନାୟା ମାମଲାରେ ଦିଆଯାଇଥିବା ୫ ଜଣ ବିଚାରପତିଙ୍କ ନିଷ୍ପତ୍ତିକୁ ୭ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଖାରଜ କରି ଦେଇଛନ୍ତି । ୨୦୦୪ରେ ଦିଆଯାଇଥିବା ସେହି ନିଷ୍ପତ୍ତିରେ ସୁପ୍ରିମକୋର୍ଟ କହିଥିଲେ ଯେ ଏସସି / ଏସଟି ଆଦିବାସୀମାନଙ୍କ ମଧ୍ୟରେ ଉପ-ବର୍ଗ ସୃଷ୍ଟି କରାଯାଇପାରିବ ନାହିଁ ।

କିନ୍ତୁ ବର୍ତ୍ତମାନ ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ୬:୧ ସହିତ ନିଷ୍ପତ୍ତି ନେଇଛୁ ଯେ ଏସସି, ଏସଟି କୋଟାରେ ଉପ-ବର୍ଗୀକରଣ କରାଯାଇପାରିବ। ତେବେ ଜଷ୍ଟିସ୍‌ ବେଲା ତ୍ରିବେଦୀ ବହୁମତ ନିଷ୍ପତ୍ତି ବିରୋଧରେ ରାୟ ଦେଇଛନ୍ତି। ସେ ତାଙ୍କ ନିଷ୍ପତ୍ତିରେ ଲେଖିଛନ୍ତି କି ‘‘ସଂଖ୍ୟାଗରିଷ୍ଠ ନିଷ୍ପତ୍ତିଠାରୁ ମୋର ଭିନ୍ନ ମତ ଅଛି। ଯେଉଁଭଳି ଭାବେ ତିନିଜଣିଆ ଖଣ୍ଡପୀଠ ଏହି ମାମଲାକୁ ଏକ ବୃହତ ବେଞ୍ଚକୁ ପଠାଇଥିଲେ ସେହି ପଦ୍ଧତିରେ ମୁଁ ସହମତ ନୁହେଁ। ତିନିଜଣ ବିଚାରପତିଙ୍କ ବେଞ୍ଚ କୌଣସି କାରଣ ନ ଦର୍ଶାଇ ଏପରି କରିଥିଲେ।’’

Leave A Reply

Your email address will not be published.