ହିମାଚଳ ଓ ଉତ୍ତରାଖଣ୍ଡରେ ଜଳ ପ୍ରଳୟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ପ୍ରକୃତିର ତାଣ୍ଡବ। ଉଭୟ ସ୍ଥାନରେ ବାଦଲ ଫଟା ବର୍ଷା ଯୋଗୁ ଜଳ ପ୍ରଳୟ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ଡ୍ୟାମ୍‌ କାନ୍ଥ ଭାଙ୍ଗିଛି ତ ଆଉ କେଉଁଠି ଘର ଧୋଇ ହୋଇଯାଇଛି। ସାରା ଦେଶରେ ବର୍ଷା ଲାଗି ରହିଥିବା ବେଳେ ହିମାଚଳ ପ୍ରଦେଶରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବହୁ ସମସ୍ୟା ଦେଖାଦେଇଛି । ହିମାଚଳ ପ୍ରଦେଶରେ ସିମଲା ଓ ମଣ୍ଡିରେ ବାଦଲଫଟା ବର୍ଷା ଯୋଗୁ ୩୦ ଜଣ ନିଖୋଜ ଅଛନ୍ତି ।

ସେହିପରି ସିମଲା ଜିଲ୍ଲାର ରାମପୁର ଅଞ୍ଚଳରେ ବାଦଲଫଟା ବର୍ଷାରେ ନିଖୋଜ ଅଛନ୍ତି ୧୯ ଜଣ। ସେହିପରି ମଣ୍ଡି ଅଞ୍ଚଳରେ ବାଦଲଫଟା ବର୍ଷାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ଏସଡିଆରଏଫ, ଏନଡିଆରଏଫ୍ ଟିମ୍ ସହ ପୋଲିସ ଓ ପ୍ରଶାସନିକ ଅଧିକାରୀ। ସିମଲାର ସମେଜ ଖାଦ ନିକଟରେ ଥିବା ହାଇଡ୍ରୋ ପାୱାର ପ୍ରକଳ୍ପ ନିକଟରେ ବାଦଲଫଟା ବର୍ଷା ହୋଇଥିଲା।

ସେପଟେ ବାଦଲ ଫଟା ବର୍ଷାରେ ଉତ୍ତରାଖଣ୍ଡ କେଦାରନାଥରେ ହଠାତ ବନ୍ୟା ଆସିବାରୁ ଭୟାବହ ସ୍ଥିତି ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁ ଉତ୍ତରାଖଣ୍ଡରେ ୯ ଜଣଙ୍କର ମୃତ୍ୟୁ ଘଟିଛି ଯେଉଁଥିରେ ଟେହେରୀରେ ୩ ଜଣ, ହରିଦ୍ୱାର ଏବଂ ରୁରକିରେ ୨ ଜଣ ଓ ଚାମୋଲି ଏବଂ ଡେରାଡୁନରେ ଜଣଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.