କମିଲା ରାଘବ ଚଢ଼ାଙ୍କ ଇନଷ୍ଟା ଫଲୋଅର୍ସ

0

ଓଡ଼ିଆ ନ୍ୟୁଜ୍: ଇନଷ୍ଟାରେ ୧୦ ଲକ୍ଷ ଫଲୋଅର୍ସ ହରାଇଲେ ସାଂସଦ ରାଘବ ଚଢ଼ା । ଆପ ଛାଡ଼ି ପଦ୍ମ ଧରିବା ପରେ ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ଫଲୋୟର୍ସ ସଂଖ୍ୟାରେ ବଡ଼ ହ୍ରାସ ଘଟିଛି । ପାର୍ଟି ପରିବର୍ତ୍ତନ ପରେ ତାଙ୍କର ଇନଷ୍ଟାଗ୍ରାମ୍ ଫଲୋଅର୍ସ ସଂଖ୍ୟା ଏକ ମିଲିୟନ କମିଛି । ପୂର୍ବରୁ ସାଂସଦ ରାଘବ ଚଢ଼ାଙ୍କର ଇନଷ୍ଟାଗ୍ରାମ୍ ଫଲୋଅର୍ସ ସଂଖ୍ୟା ପ୍ରାୟ ୧୪.୬ ମିଲିୟନ୍ ଅର୍ଥାତ ୧ କୋଟି ୪୬ ଲକ୍ଷ ଥିଲା ।

ନିକଟରେ ଆପ୍ ରାଘବଙ୍କୁ ରାଜ୍ୟସଭାରେ ପାର୍ଟିର ଉପନେତା ପଦରୁ ହଟାଇଦେଇଥିଲା। ଖାଲି ସେତିକି ନୁହେଁ ରାଜନୈତିକ କରିଡରରେ, ଅରବିନ୍ଦ କେଜରିଓ୍ବାଲ ଏବଂ ରାଘବ ଚଢ଼ାଙ୍କ ମଧ୍ୟରେ ଦୂରତା ବଢ଼ୁଥିବା ମଧ୍ୟ ଆଲୋଚନା ହେଉଥିଲା। ଯାହାପରଠୁ ରାଘବ ଚଢ଼ା ଏଭଳି କିଛି କରିବା ନେଇ ଆଶଙ୍କା କରାଯାଉଥିଲା। ତେବେ ରାଘବଙ୍କ ସମର୍ଥକଙ୍କ ମଧ୍ୟରେ ଏହି ନିଷ୍ପତ୍ତିକୁ ନେଇ ଉତ୍ସାହ କିଛି କମ୍ ଦେଖିବାକୁ ମିଳିଛି। ଅନେକ ଏହାକୁ ଅବସରବାଦୀ ରାଜନୀତି କହିଛନ୍ତି। ଯେତେବେଳେକି କିଛି ସମର୍ଥକ ଏହାକୁ ଚଢ଼ାଙ୍କ ନୂଆ ରାଜନୈତିକ ଅଧ୍ୟାୟ ବୋଲି କହିଛନ୍ତି।

ବିଜେପିରେ ସାମିଲ ହେବା ପରେ ଚଢ଼ାଙ୍କୁ ସୋସିଆଲ ମିଡିଆରେ ଝଟକା ଲାଗିଛି। ତଥ୍ୟ ଅନୁସାରେ, ପାର୍ଟି ବଦଳାଇବା ୨୪ ଘଣ୍ଟା ମଧ୍ୟରେ ତାଙ୍କ ଇନଷ୍ଟାଗ୍ରାମ ଫଲୋଅର୍ସରେ ୧୦ ଲକ୍ଷରୁ ଅଧିକ ହ୍ରାସ ଦେଖିବାକୁ ମିଳିଛି। କୁହାଯାଉଛି ଶୁକ୍ରବାର ରାଘବ ଚଢ଼ାଙ୍କ ଇନଷ୍ଟାଗ୍ରାମରେ ୧.୪୬ କୋଟି ଫଲୋଅର୍ସ ଥିଲେ। ଯାହା ଶନିବାର ୨ ଟା ବେଳକୁ ୧.୩୫ କୋଟି ରହିଛି। ଅର୍ଥାତ ଗୋଟିଏ ଦିନରୁ କମ୍ ସମୟରେ ତାଙ୍କ ଫଲୋଅରରେ ବଡ଼ ହ୍ରାସ ଆସିଛି।

Leave A Reply

Your email address will not be published.