ଆପ୍‌ ଛାଡ଼ିଲେ ରାଘବ ଚଢ଼ା

0

ଓଡ଼ିଆ ନ୍ୟୁଜ୍: ଆପ୍‌ରୁ ଇସ୍ତଫା ଦେଲେ ସାଂସଦ ରାଘବ ଚଢ଼ା।ଆପ୍‌ରୁ ଇସ୍ତଫା ସହ ବିଜେପିରେ ସାମିଲ୍‌। ପଞ୍ଜାବର ୩ ଆପ୍‌ ସାଂସଦ ଇସ୍ତଫା ଦେଲେ। ସନ୍ଦୀପ ପାଠକ ଓ ଅଶୋକ ମିତ୍ତଲ ମଧ୍ୟ ଆପ୍‌ ଛାଡ଼ିଲେ। ସମସ୍ତ ୩ ସାଂସଦ ବିଜେପିରେ ହେବେ ସାମିଲ୍‌।ଦୁଇ ତୃତୀୟାଂଶ ସାଂସଦ ବିଜେପିରେ ସାମିଲ ହେବା ସମ୍ଭାବନା।ଆପ୍‌ର ୧୦ ସାଂସଦଙ୍କ ମଧ୍ୟରୁ ୭ ଜଣ ବିଜେପିକୁ ଆସିବା ସମ୍ଭାବନା। ହରଭଜନ ସିଂ, ରାଜିନ୍ଦର ଗୁପ୍ତା, ବିକ୍ରମ ସାହାନୀ, ସ୍ବାତି ମଲିୱାଲ ମିଶିବେ। ସେ କହିଛନ୍ତି ମୁଁ ଠିକ୍‌ ଲୋକ, ଭୁଲ ପାର୍ଟିକୁ ଯାଇଥିଲି।ମୁଁ କ୍ୟାରିୟର ଶେଷ କରି ରାଜନୀତିକୁ ଆସିଥିଲି।‘ଆପ ଦେଶ ସ୍ବାର୍ଥ ପାଇଁ ନୁହେଁ, ବ୍ୟକ୍ତି ସ୍ବାର୍ଥ ପାଇଁ କାମ କରୁଛି’।‘ମୁଁ ସେମାନଙ୍କ ଅପରାଧରେ ଅଂଶ ହେବାକୁ ଚାହେଁ ନାହିଁ’।

ରାଜ୍ୟସଭାରେ ଆମ ଆଦମୀ ପାର୍ଟିର ୧୦ ଜଣ ସାଂସଦ ଅଛନ୍ତି। ସେଥିମଧ୍ୟରୁ ପଞ୍ଜାବରୁ ୭ ଜଣ ଏବଂ ଦିଲ୍ଲୀରୁ ୩ ଜଣ। ଏବେ ୭ ଜଣ ଛାଡି ଦେବା ପରେ ଆପ୍ ପାଖରେ ଆଉ ମାତ୍ର ୩ ଜଣ ସାଂସଦ ସଞ୍ଜୟ ସିଂହ (ଦିଲ୍ଲୀ), ଏନଡି ଗୁପ୍ତା (ଦିଲ୍ଲୀ) ଏବଂ ଜଳ କର୍ମୀ ବଲବୀର ସିଂହ ସିଚେୱାଲ (ପଞ୍ଜାବ) ରହିଛନ୍ତି। ରାଘବ ଚଢା, ସନ୍ଦୀପ ସିଂହ ଏବଂ ଅଶୋକ ମିତ୍ତଲ ଖୁବ୍ ଶୀଘ୍ର ବିଜେପି ସଭାପତି ନୀତିନ ନବୀନଙ୍କୁ ଭେଟି ଭାରତୀୟ ଜନତା ପାର୍ଟିରେ ଆନୁଷ୍ଠାନିକ ଭାବରେ ଯୋଗ ଦେବେ ବୋଲି ବିଭିନ୍ନ ମିଡିଆରେ ଖବର ପ୍ରକାଶ ପାଇଛି।ଆପ୍‌ ଛାଡ଼ି ବେଜେପିରେ ମିଶିବାକୁ ଥିବା ଅନ୍ୟ ସାଂସଦମାନେ ହେଲେ- ହରଭଜନ ସିଂହ, ସ୍ୱାତୀ ମାଲିୱାଲ, ରାଜେନ୍ଦ୍ର ଗୁପ୍ତା, ବିକ୍ରମଜିତ୍ ସାହାଣୀ। ଏମାନେ ସମସ୍ତେ ଆଉ କିଛି ସମୟ ପରେ ବିଜେପି ଅଧ୍ୟକ୍ଷ ନୀତୀନ ନବୀନଙ୍କ ସାକ୍ଷାତ କରି ଔପଚାରିକ ଭାବେ ବିଜେପିରେ ଯୋଗ ଦେବେ।

 

Leave A Reply

Your email address will not be published.