ଭରତପୁର ଥାନାରେ ପୁଲିସ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲେ ରାହୁଲ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି। ସବୁଆଡୁ ପୋଲିସକୁ ନିନ୍ଦା କରାଯାଉଥିଲା ବେଳେ ଓଡ଼ିଶାରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଥିବା କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

ଟ୍ଵିଟ କରି ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ଘଟଣାକୁ କଡା ନିନ୍ଦା କରିବା ସହ ଓଡ଼ିଶାରେ ଘଟିଥିବା ଏହି ଭୟଙ୍କର ଘଟଣା ଦେଶର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଛନ୍ତି ରାହୁଲ। ପୋଲିସ ପାଖକୁ ସାହାଯ୍ୟ ମାଗିବାକୁ ଯାଇଥିବା ଜଣେ ସେନା ଅଧିକାରୀଙ୍କୁ ଯେମିତି ମାଡ଼ ମରାଯାଇଛି, ତାଙ୍କ ବାନ୍ଧବୀଙ୍କୁ ଯେମିତି ନିର୍ଯାତନା ଦିଆଯାଇଛି, ତାହା ଅତ୍ୟନ୍ତ ଲଜ୍ଜାଜନକ କଥା। ବିଜେପି ସରକାରଙ୍କ ଅଧୀନରେ ମହିଳାଙ୍କ ବିରୋଧରେ ଅପରାଧ ସମ୍ପୂର୍ଣ୍ଣ ଅନିୟନ୍ତ୍ରିତ ହୋଇପଡିଛି।

ଯେତେବେଳେ ଅନ୍ୟାୟ ଆଶ୍ରୟ ପାଇଥାଏ, ତେବେ ସାଧାରଣ ନାଗରିକ କାହାଠାରୁ ସାହାଯ୍ୟ ଆଶା କରିବେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ଘଟଣାର ଦୋଷୀଙ୍କୁ କଡ଼ା ଦଣ୍ଡ ଦେବାକୁ ଦାବି କରିଛନ୍ତି ରାହୁଲ ଗାନ୍ଧୀ। ଭାଜପା ସରକାରଙ୍କ ଅଧୀନରେ ମହିଳାଙ୍କ ବିରୋଧରେ ଅପରାଧ ସମ୍ପୂର୍ଣ୍ଣ ଅନିୟନ୍ତ୍ରିତ ହୋଇପଡିଛି। ଯେତେବେଳେ ଅନ୍ୟାୟ ଆଶ୍ରୟ ପାଇଥାଏ, ତେବେ ସାଧାରଣ ନାଗରିକ କାହାଠାରୁ ସାହାଯ୍ୟ ଆଶା କରିବେ ? ଏହି ଘଟଣାର ସମସ୍ତ ଅପରାଧୀ କଠୋର ଆଇନଗତ ଦଣ୍ଡ ପାଇବା ଉଚିତ। ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତର ଲୋକ, ବିଶେଷ କରି ମହିଳାଙ୍କ ସମ୍ମୁଖରେ ନ୍ୟାୟ ଏବଂ ନିରାପତ୍ତାର ଏକ ଉଦାହରଣ ସୃଷ୍ଟି କରିବାର ଆବଶ୍ୟକତା ରହିଛି।”

Leave A Reply

Your email address will not be published.