ଅମ୍ବାଲାରୁ ଚଣ୍ଡିଗଡ଼ ଯାଏଁ ଟ୍ରକରେ ଯାତ୍ରା କଲେ ରାହୁଲ ଗାନ୍ଧୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅମ୍ବାଲାରୁ ଚଣ୍ଡିଗଡ଼ ଯାଏଁ ଟ୍ରକରେ ଯାତ୍ରା କଲେ ରାହୁଲ ଗାନ୍ଧୀ । ଯାହା ସାମାଜିକ ଗଣମାଧ୍ୟରେ ବେଶ ଚର୍ଚ୍ଚାରେ ରହିଛି । ଏହି ଭିଡିଓ ହେଉଛି ରାହୁଲ ଗାନ୍ଧୀଙ୍କ ଟ୍ରକ ଯାତ୍ରା ସମୟର । ସୋମବାର ଦିଲ୍ଲୀରୁ ବାହାରି ରାହୁଲ ସିମଲା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ହଠାତ ଅମ୍ବାଲାରେ ଅଟକିଯାଇଥିଲେ ଓ ସେଠାରୁ ଚଣ୍ଡିଗଡ ପର୍ଯ୍ୟନ୍ତ କରିଥିଲେ ଟ୍ରକ ଯାତ୍ରା । ପ୍ରବଳ ଗରମ ସତ୍ୱେ ଟ୍ରକର ଆଗ ସିଟରେ ବସି ରାହୁଲ ଯାଇଥିଲେ ଅମ୍ବାଲାରୁ ଚଣ୍ଡିଗଡ଼ । ଏହି ସମୟରେ ସେ କିଛି ଟ୍ରକ ଡ୍ରାଇଭରଙ୍କୁ ଭେଟିଥିଲେ । ସେମାନଙ୍କଠୁ ସମସ୍ୟା ମଧ୍ୟ ପଚାରିବୁଛିଥିଲେ । ଏହି ଭିଡିଓକୁ କଂଗ୍ରେସ ନିଜର ଅଫିସିଆଲ ଟୁଇଟର ପେଜରେ ପୋଷ୍ଟରେ କରିଛି । ଦେଶରେ ୯୦ ଲକ୍ଷ ଟ୍ରକ ଡ୍ରାଇଭର ଅଛନ୍ତି । ତାଙ୍କର ଅନେକ ସମସ୍ୟା ରହିଛି । ଆଉ ସେହି ସମସ୍ୟା ଜାଣିବା ପାଇଁ, ତାଙ୍କ ମନ କଥା ଶୁଣିବା ପାଇଁ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଗହଣକୁ ଯାଇଥିବା କଂଗ୍ରେସ ଭିଡିଓ ପୋଷ୍ଟ କରି କହିଛି ।

ପ୍ରଥମେ ଭାରତ ଯୋଡ ଯାତ୍ରା କରି ଲୋକଙ୍କ ନିକଟରେ ପହଂଚିଥିଲେ ରାହୁଲ , ଆଉ ଏବେ ଟ୍ରକରେ ଟ୍ରକ ଡ୍ରାଇଭରଙ୍କ ସହ ଯାତ୍ରା କରି ବିଭିନ୍ନ ମହଲରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ବିଶେଷ କରି କର୍ଣ୍ଣାଟକରେ କଂଗ୍ରେସର ସଫଳତା ପରେ ଏବେ ଟ୍ରକରେ ରାହୁଲଙ୍କ ଯାତ୍ରାକୁ ନେଇ ବେଶ ଚର୍ଚ୍ଚା ହେଉଛି । କେବେ ବିଶ୍ୱବିଦ୍ୟାଳୟରେ ପହଁଚି ଛାତ୍ରଛାତ୍ରୀଙ୍କୁ ଭେଟୁଛନ୍ତି ତ ପୁଣି କେତେବେଳେ ଖେଳାଳୀ, ଓ ଚାଷୀଙ୍କୁ ସାକ୍ଷାତ କରୁଛନ୍ତି ରାହୁଲ । ଚର୍ଚ୍ଚା ହେଉଛି ନିର୍ବାଚନକୁ ଦୃଷ୍ଟିରେ ରଖି ସାଧାରଣ ଜନତାଙ୍କ ସହ ତୃଣମୂଳ ସ୍ତରରେ ଯୋଡି ହେବାକୁ କଂଗ୍ରେସ ପ୍ରୟାସ କରୁଛି । ଭାରତ ଯୋଡ଼ର ପ୍ରଭାବ ଯେଉଁଭଳି ଜନତାଙ୍କ ଉପରେ ପଡିଛି ଠିକ ସେହିଭଳି କିଛି ଅଭିଯାନ ସହ ଜନତାଙ୍କୁ ଅଧିକରୁ ଅଧିକ ନିକଟ ପହଁଚିବାକୁ ଅଂଟାଭିଡ଼ିଛନ୍ତି ରାହୁଲ।

Leave A Reply

Your email address will not be published.