ଡ୍ରାଇଭର ପ୍ରେମରେ ପଡ଼ି ସ୍ବାମୀକୁ ମାରିଦେବାକୁ ଉଦ୍ୟମ କରିଥିଲେ ରେଳବାଇ ଇଂଜିନିଅରଙ୍କ ପତ୍ନୀ, ଗିରଫ ହେଲା ଅଭିଯୁକ୍ତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ତ୍ରିକୋଣୀୟ ପ୍ରେମ ପାଇଁ ହତ୍ୟା ଉଦ୍ୟମ । ହତ୍ୟା ପାଇଁ ଟଙ୍କା ନେଇ ଥିଲା ସୁପାରି କିଲର । ଡ୍ରାଇଭରଗିରଫ, ସୁପାରିକିଲର ଓ ଇଞ୍ଜିନିୟର ଙ୍କ ପତ୍ନୀ ଫେରାର ମଞ୍ଚେସ୍ବେରଥାନା ରେ ଅଭିଯୋଗ ପରେ ଡ୍ରାଇଭର କୁ ଗିରଫ କଲା ପୋଲିସ। ଗିରଫଅଭିଯୁକ୍ତ ରେଳବାଇ ର ଇଲେକ୍ଟ୍ରିକାଲ ଇଞ୍ଜିନିୟର ଙ୍କ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ । ଇଞ୍ଜିନିୟରଙ୍କର ପୁରୀ ବଦଳି ପରେ ଡ୍ରାଇଭର ପ୍ରେମରେ ପଡ଼ିଥିଲେ ଇଞ୍ଜିନିୟରଙ୍କ ପତ୍ନୀ ।

ପୁରୀକୁ ବଦଳି ହେବାର ସୁଯୋଗ ନେଇ ପତ୍ନୀଙ୍କୁ ଭଲ ପାଇବା ସହ ଅନୈତିକ ସମ୍ପର୍କ ରଖିଥିଲେ ଡ୍ରାଇଭର । ଅନୈତିକ ସମ୍ପର୍କ କଥା ଜଣାପଡିବା ପରେ ପାରିବାରିକ କଳହ ସୃଷ୍ଟି ହୋଇଥିଲା।ଏହାପରେ ସ୍ତ୍ରୀ ଓ ଡ୍ରାଇଭର ମିଶି ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲେ । ଉଭୟ ଦୁଇ ଜଣ ଅପରାଧୀଙ୍କୁ ପ୍ରାୟ ଏକ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ । ଗତ ୧୬ ତାରିଖରେ ଅଭିଯୋଗକାରୀ ସାନ୍ଧ୍ୟ ଭ୍ରମଣରେ ଯାଉଥିବା ବେଳେ ସ୍ପୋର୍ଟସ କ୍ୟମ୍ପ୍ଲେକ୍ସ ନିକଟରେ ଦୁଇ ଜଣ ସୁପାରୀ କିଲର ଏକ ଷ୍ଟିଲ ପାଇପ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ତାଙ୍କ ଶରୀରରେ ଗଭୀର ଆଘାତ ଲାଗିଥିଲା, ତେବେ କୌଣସି ମତେ ଜୀବନ ବଞ୍ଚାଇଥିଲେ।

Leave A Reply

Your email address will not be published.