ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେଶରେ ପ୍ରବଳ ଗରମ ପ୍ରଭାବରେ ଲୋକେ ହସ୍ତସନ୍ତ ହେଉଛନ୍ତି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି ଯେ ଶୁକ୍ରବାର ଦିନ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଯାହା ଫଳରେ ବିଭିନ୍ନ ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଜଣାପଡ଼ିଛି । ଉତ୍ତର ପ୍ରଦେଶ, କେରଳ, ତଟବର୍ତ୍ତୀ କର୍ଣ୍ଣାଟକ, ଗୋଆରେ ଆଗମୀ ୫ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପାଖାପାଖି ୨୦ ରାଜ୍ୟରେ ମୌସୁମୀ ପ୍ରଭାବରୁ ଆଗାମୀ ୫ ଦିନ ପର୍ଯ୍ୟନ୍ତ ମୁଶଳଧାରାରେ ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି ।
ଆଜି ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୪୦ ଏବଂ ୨୯ ଡିଗ୍ରୀ ସେଲସିୟସ ରେକର୍ଡ ହେବାର ସମ୍ଭାବନା ରହିଛି ବୋଲି ଏଥିରେ କୁହାଯାଇଛି। ଗୁରୁବାର ଦିନ ପାଣିପାଗ ବିଭାଗ କହିଛି ଯେ ଜାତୀୟ ରାଜଧାନୀରେ ହାଲୁକା ବର୍ଷା ଏବଂ ବଜ୍ରପାତ ହୋଇଛି। ଆଗାମୀ ୨୭ ତାରିଖ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନ ରହିଛି ବୋଲି ପୂର୍ବାନୁମାନ ହୋଇଛି।
ଭାରତୀୟ ପାଣିପାଗ ବିଭାଗ କହିଛି ଯେ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରେ ରହିଥିଲା। ଦିଲ୍ଲୀ ସମେତ ଉତ୍ତର ଭାରତରେ ଦୀର୍ଘ ଦିନ ହେବ ଉତ୍ତାପ ଜାରି ରହିଛି। ବର୍ଷା ପରେ ଗରମରୁ ଲୋକଙ୍କୁ ଆଶ୍ବସ୍ତି ମିଳିବ ବୋଲି କୁହାଯାଉଛି।