କଲେଜ ଛାତରୁ ପଡି ଅଧ୍ୟାପିକା ମୃତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଅଘଟଣ । କଲେଜ ଛାତରୁ ପଡ଼ି କନିଷ୍ଠ ଅଧ୍ୟାପିକାଙ୍କ ମୃତ୍ୟୁ ଘଟିଛି । ମୃତ ଅଧ୍ୟାପିକା ଜଣଙ୍କ ହେଲେ ବର୍ଷା ମିଶ୍ର। ତମାଣ୍ଡୋ ଥାନା ଅନ୍ତର୍ଗତ ଏକ ଘରୋଇ ଇଞ୍ଜିନିୟରିଂ ୟୁନିଭର୍ସିଟିରେ କମ୍ପ୍ୟୁଟର ସାଇନସ୍ ବିଭାଗର ଅଧ୍ୟାପିକା ଭାବରେ କାର୍ଯ୍ୟରତ ଥିଲେ ବର୍ଷା। ଗତ ୧୧ ତାରିଖରେ କଲେଜ ଛାତରୁ ପଡ଼ି ଗୁରୁତର ହୋଇଥିଲେ ବର୍ଷା।

ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। କଲେଜ୍ ସମୟରେ ଗତ ୧୧ ତାରିଖରେ କଲେଜ ଛାତରୁ ପଡ଼ି ଗୁରୁତର ହୋଇଥିଲେ ବର୍ଷା । ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ତେବେ ଅଧ୍ୟାପିକା ବର୍ଷାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ଏନେଇ ପରିବାର ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ, ବର୍ଷାଙ୍କୁ ତାଙ୍କ ଏଚଓଡି ଛାତରୁ ପେଲିଦେଇଥିବା କୁହାଯାଉଛି । ଘଟଣାରେ ବର୍ଷାଙ୍କ ମୃତଦେହ ବ୍ୟବଚ୍ଛେଦ କରି ତଦନ୍ତ କରୁଛି ପୋଲିସ । ଏନେଇ କଲେଜ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.