ବାଲେଶ୍ବରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍ ସଦାନନ୍ଦପୁର ପଞ୍ଚାୟତର ଶମ୍ଭୁନାଥ ହାଇସ୍କୁଲ ପ୍ରାଙ୍ଗଣରେ ଯୋଗ ଦିବସ ପାଳନ କରାଯାଇଛି । ବସ୍ତା ବ୍ଲକ୍ ବିଡ଼ିଓ ମୋହିନୀ ନାୟକଙ୍କ ସଭାପତିତ୍ବରେ ଉପାଧ୍ୟକ୍ଷ ଦୀଲ୍ଲିପ ଦାସ ମହାପାତ୍ର,ଏବିଇଓ ବାସନ୍ତୀ ପୁଷ୍ଟି, ପ୍ରଧାନ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି ଯୋଗଗୁରୁ ଙ୍କ ଦ୍ବାରା ପିଲାମାନଙ୍କୁ ଯୋଗଶିକ୍ଷା ଦିଆଯାଇଥିଲା ।

ଯୋଗ ଗୁରୁ ଯୋଗକଲେ ମଣିଷ ନିରୋଗ ରହିବା ସହ ସୁସ୍ଥ ରହିବେ ବୋଲି କହିଥିଲେ। ପ୍ରତ୍ୟେକ ଦିନ ଜଣେ ମଣିଷ ଯଦି ୩୦ ମିନିଟ ଯୋଗ କରେ ତେବେ ସେ ନିଶ୍ଚିତ ଭାବରେ ନିଜ ଶରୀର କୁ ସୁସ୍ଥ ଓ ରୋଗ ମୁକ୍ତ କରିପାରିବା ବୋଲି କହିଥିଲେ।

ବର୍ଷା ପାଗ ପାଇଁ ଖୋଲା ପଡିଆରେ କରାଯାଇ ନପାରି ସ୍କୁଲ ଘର ଭିତରେ ଯୋଗ ଶିକ୍ଷା କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ପ୍ରଦୀପ ପଣ୍ଡା, ଶ୍ୟାମାପ୍ରସାଦ ବେହେରାଙ୍କ ସହ ବ୍ଲକ ର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.