ବଳାତ୍କାର ଅଭିଯୋଗରେ ରାଜମିସ୍ତ୍ରୀ ଗିରଫ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଳାତ୍କାର ଅଭିଯୋଗରେ ରାଜମିସ୍ତ୍ରୀ ଗିରଫ | କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ରଙ୍ଗମାଟିଆ ନିକଟରେ ଜଣେ ରାଜମିସ୍ତ୍ରୀ ପ୍ରଧାନ ବାସ୍କେ ଦ୍ଵାରା ଜଣେ ମହିଳା ଶ୍ରମିକ କାନ୍ଦରୀ ପିଙ୍ଗୁଆ ବଳାତ୍କାର ହୋଇଥିବା ନେ଼ଇ ଘଷିପୁରା ଥାନା ରେ ଅଭିଯୋଗ ହୋଇଛି |

ଘଷିପୁରା ପୋଲିସ୍ ଉଭୟ ରାଜମିସ୍ତ୍ରୀ ଓ ମହିଳା ଶ୍ରମିକ ଙ୍କୁ ଡାକ୍ତରୀ ପରୀକ୍ଷା କରାଇ ତଦନ୍ତ କରି କେସ ରୁଜୁ କରିଛି | ଗତ କାଲି କାନ୍ଦରୀ କେସ୍ କରିବା ପରେ ଆଜି ରଙ୍ଗ ମାଟିଆରୁ ଥାନାକୁ ସ୍ୱାମୀ ଲାକେନ୍ ସିଂ ଆସୁଥିବା ବେଳେ ବରିପାଳ ନିକଟରେ କିଛି ଯୁବକ ତାଙ୍କୁ ଗୋଡ଼ାଇ ଆକ୍ରମଣ କରିଥିଲେ |

ଦୌଡ଼ି ଦୌଡ଼ି ନାରଙ୍ଗପୁର ବଜାର ଆସିଥିଲେ | ସେଠାରେ ନାରଙ୍ଗପୁର ଲୋକ ମାନେ ସୁରକ୍ଷା ଦେଇ ୧୦୨ ଫୋନ କରିଥିଲେ |୧୦୨ ପହଁଞ୍ଚିବା ପରେ ସୁରକ୍ଷାରେ ଥାନା କୁ ଆସିଥିଲେ | ସ୍ୱାମୀ ,ସ୍ତ୍ରୀ ଏବେ ଦଫା ୩୭୬ ,୫୦୬ ,୨୯ ରେ ଆସାମୀ ପ୍ରଧାନ ବାସ୍କେ କୁ ଗିରଫ କରିଛି ପୋଲିସ ।

Comments are closed.