ଓଡ଼ିଆ ନ୍ୟୁଜ୍: ଜୟପୁର ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ। ଆୟ ବହିର୍ଭୂ ତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ।
ରାମଚନ୍ଦ୍ର ନେପାକଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍। ଘରୁ ମିଳିଥିଲା ୧ କୋଟି ୪୩ ଲକ୍ଷ ଟଙ୍କା ଓ ଦେଢ଼ କେଜି ସୁନା।ବ୍ୟାଙ୍କ ଆକାଉଣ୍ଟରେ ଅଛି ୧ କୋଟି ୩୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ରହିଛି।
ସୂଚନାଯୋଗ୍ୟ, କାମ ଥିଲା ଜଙ୍ଗଲ ସୁରକ୍ଷା, ହେଲେ ଲକ୍ଷ ତାଙ୍କର ଅମାପ ସମ୍ପତ୍ତି ଅର୍ଜନ କରିବା। ଘରେ ରଖିଥିଲେ ସୁନା ବିସ୍କୁଟ ସମେତ ସୁନା କଏନ ଓ ନାନା ଅଳଙ୍କାର। ସିକ୍ରେଟ୍ ଚାମ୍ବରରେ ଲୁଚାଇ ରଖିଥିଲେ ପ୍ରାୟ ଦେଢ଼ କୋଟି ଟଙ୍କା। ଆଉ ମାତ୍ର ୫ ମାସରେ ଚାକିରିରୁ ଅବସର ନେଇଥାନ୍ତେ। ହେଲେ ଏହାପୂର୍ବରୁ ଜୟପୁର ବନାଞ୍ଚଳର ଉପ ବନପାଳ (ଡେପୁଟି ରେଞ୍ଜର) ରାମ ଚନ୍ଦ୍ର ନେପାକ୍ ଶୁକ୍ରବାର ଭିଜିଲାନ୍ସ ଜାଲରେ ଫସିବା ପରେ ତାଙ୍କର ସମ୍ପତ୍ତି ସାମ୍ରାଜ୍ୟର ଗୁମର ପଦାକୁ ଆସିଛି। ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ରାମଚନ୍ଦ୍ରଙ୍କ ଜୟପୁର ଓ ଭୁବନେଶ୍ୱରର ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି।