ରମଜାନ୍ ପାଳନ ବେଳେ ଘରେ ରହିବାକୁ ପରାମର୍ଶ

0

ମହାମାରୀ କରୋନା ଭାଇରସ୍ ର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଦ୍ଵିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଘୋଷଣା କରିଛନ୍ତି l କରୋନା ଭାୟାବହ କୁ ଭାରତରେ ଲାଗୁ ହୋଇଥିବା ଲକ୍ ଡାଉନ୍ ଯୋଗୁଁ ସମସ୍ତ ପର୍ବ ପର୍ବାଣୀ, ମେଳା ମହୋତ୍ସବ, ସଭା ସମିତି ଇତ୍ୟାଦି ଉପରେ କଟକଣା ଲାଗୁ କରାଯାଇଥିଲା l ଫଳରେ ପ୍ରମୂଖ ପର୍ବ ପର୍ବାଣୀ ଏକ ପ୍ରକାରର ଫିକା ପରିଲକ୍ଷିତ ହୋଇଥିଲା l

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଘୋଷଣା କରିଥିବା ସମୟରେ ଏ ବର୍ଷ ର ପବିତ୍ର ରମଜାନ୍ ମାସ ଆରମ୍ଭ ହୋଇଛି l ଫଳରେ ଉଲେମା ଏବଂ ମୁଫତିମାନେ ଏକ ପ୍ରେସ ବିଜ୍ଞପ୍ତି କରି ଲକ୍ ଡାଉନ୍ ନିୟମ ମାନିବାକୁ ନିବେଦନ କରିଛନ୍ତି l ଆସନ୍ତା ସପ୍ତାହରେ ଆରମ୍ଭ ହେବାକୁ ଥିବା ଦିର୍ଘ ଏକ ମାସର ରମଜାନ ସମୟରେ ଘରେ ରହି ପ୍ରାର୍ଥନା କରିବାକୁ ଉଲେମାନ ଏବଂ ମୁଫତି ମାନେ ମୁସଲମାନ ସମ୍ପ୍ରଦାୟ ମାନଙ୍କୁ ନିବେଦନ କରିଛନ୍ତି l ତତ୍ ସହିତ ସାମାଜିକ ଦୂରତା ଉପରେ ଗୁରୁତ୍ଵ ଦେଇଛନ୍ତି l ସମସ୍ତେ ଘରେ ରହି ଇଫତାରରେ ଅଂଶଗ୍ରହଣ କରନ୍ତୁ l ଇଫତାର ପାର୍ଟି ଆୟୋଜନ ନ କରି ସଞ୍ଚୟ ଅର୍ଥ ରାଶିକୁ ସମାଜର ଗରିବ ଶ୍ରେଣୀକୁ ଦାନ କରିବାକୁ ଅନୁରୋଧ କରିଛନ୍ତି l

Leave A Reply

Your email address will not be published.