ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାୟଗଡା ଭିଜିଲାନ୍ସ ଜାଲରେ ଆଉ ଏକ ମୃତ୍ତିକା ସଂରକ୍ଷଣ ବିଭାଗର ଅଧିକାରୀ । ଗତକାଲି ରାତିରେ ରାୟଗଡା ମୃତ୍ତିକା ସଂରକ୍ଷଣ ବିଭାଗ ର ଅତିରିକ୍ତ ମୃତିକା ସଂମରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ ନିଜ କାର୍ଯ୍ୟାଳୟରୁ ଘରକୁ ଯିବା ରାସ୍ତାରେ ରାୟଗଡା ଭିଜିାଲାନ୍ସ ବିଭାଗ ତାଙ୍କୁ ମାଡି ବସିଥିଲା ।
ତାଙ୍କ ବାଇକର ଡିକ୍କିରୁ ୫ ଲକ୍ଷ ୪ ହାଜାର ୫୬୦ ଟଙ୍କା ଜବତ କରିଛି। ତାପରେ ସେଠାରୁ ଏକ କିଲୋମିଟର ଦୂରରେ ସେ ରହୁଥିବା ଏକ ଭଡାଘର ଭିୁତରୁ ୬ ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି । ମୋଟ ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ କରିବା ସହିତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।