କମିଲା ପେଟ୍ରୋଲ ଓ ଡିଜେଲ ଦର: ଜାଣନ୍ତୁ କେଉଁ ସହରରେ ଦର କେତେ?

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି କମିଲା ପେଟ୍ରୋଲ ଓ ଡିଜେଲ ଦର । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୭ ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ତେବେ ଅଶୋଧିତ ତୈଳ ମୂଲ୍ୟ ବର୍ତ୍ତମାନ ବ୍ୟାରେଲ ପିଛା ୯୩.୯୬ ଟଙ୍କା ରହିଛି ଏବଂ ମୂଲ୍ୟରେ ଆହୁରି ହ୍ରାସ ହେବାର ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି । ଏଭଳି ପରିସ୍ଥିତିରେ ପେଟ୍ରୋଲ ଏବଂ ଡିଜେଲ ଦର ବର୍ତ୍ତମାନ ହ୍ରାସ ପାଇଛି । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ସହରରେ କେତେ ଅଛି ତୈଳ ଦର ।

ୟୁପିର ଗୌତମ ବୁଦ୍ଧ ନଗର (ନୋଏଡା-ଗ୍ରେଟର ନୋଏଡା) ଜିଲ୍ଲାରେ ପେଟ୍ରୋଲ ଓବଂ ଡିଜେଲ ଦର ୧୧ ପଇସା ହ୍ରାସ ପାଇଥିବା ବେଳେ ଗାଜିଆବାଦରେ ପେଟ୍ରୋଲ ଲିଟର ପିଛା ୩୨ ପଇସା ଏବଂ ଡିଜେଲ ଲିଟର ପିଛା ୩୦ ପଇସାକୁ ଖସି ଆସିଛି । ତେବେ ଗତ ୨୪ ଘଣ୍ଟାରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୩.୯୬ ଡଲାର ରହିଥଇବାବେଳେ ଡଞଓରେ ଏହାର ମୂଲ୍ୟ ଲିଟର ପିଛା ୮୭.୭୩ ଡଲାର ରହିଛି ।

– ଦିଲ୍ଲୀରେ ପେଟ୍ରୋଲ ୯୬.୭୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୬୨ ଟଙ୍କା
– ମୁମ୍ବାଇରେ ପେଟ୍ରୋଲ ୧୦୬.୩୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୨୭ ଟଙ୍କା – ଚେନ୍ନାଇରେ ପେଟ୍ରୋଲ ୧୦୨.୬୩ ଟଙ୍କା ଏବଂ ଲିଟର ପିଛା ଡିଜେଲ ୯୪.୨୪ ଟଙ୍କା
– କୋଲକାତାରେ ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୭୬ ଟଙ୍କା

ଏହି ସହରଗୁଡିକରେ ଜାରି ରହିଛି ନୂତନ ମୂଲ୍ୟ
ନୋଏଡାରେ ପେଟ୍ରୋଲ ୯୬.୬୫ ଟଙ୍କା ଏବଂ ଲିଟର ପିଛା ଡିଜେଲ ୮୯.୮୨ ଟଙ୍କା ହୋଇଛି।
– ଗାଜିଆବାଦରେ ୯୬.୨୬ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୪୫ ଟଙ୍କା ହୋଇଛି।
ଲକ୍ଷେ୍ମøରେ ପେଟ୍ରୋଲ ୯୬.୫୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୭୬ ଟଙ୍କା ହୋଇଛି।

 

Leave A Reply

Your email address will not be published.