କମିବ ପେଟ୍ରୋଲ ଡିଜେଲ ଦର !

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଆଜିଠୁ  କେନ୍ଦ୍ର ସରକାର ଏଲପିଜି ସିଲିଣ୍ଡର ପିଛା ୨୦୦ ଟଙ୍କା କମାଇଛନ୍ତି। ସାଧାରଣ ଖାଉଟି ଏହି ଘୋଷଣାକୁ ନେଇ ଖୁସି ଥିବାବେଳେ ବିରୋଧୀମାନେ କହୁଛନ୍ତି ଯେ ଏଲପିଜି ଦର ଆହୁରି କମିବାର ଥିଲା ।

ଆଉ କେତେକ ବିରୋଧୀ ଦଳ କହୁଛନ୍ତି ଯେ ସରକାର ପେଟ୍ରୋଲ ଓ ଡିଜେଲ ଦର ବି କମାନ୍ତୁ। ଆରଜେଡି ନେତା ମନୋଜ ଝା ଦାବି କରିଛନ୍ତି ଯେ ସରକାର ପେଟ୍ରୋଲ-ଡିଜେଲ ଦର କମାନ୍ତୁ । ତେବେ ତେଲଦର ବି କମିବ କି ? ଏକଥା ସତ ଯେ ସରକାର ପେଟ୍ରୋଲ ଓ ଡିଜେଲ ଦର ଏବେ ବି ମହଙ୍ଗା ରହିଛି । ଏହା ଖାଉଟିଙ୍କୁ ବାଧୁଛି ।

ଏଣୁ ଗ୍ୟାସ ଦର କମିବା ପରେ ଲୋକମାନେ ଆଶା କରୁଛନ୍ତି ଯେ ତେଲ ଦର ବି କମୁ ।ତେଲ ଦର କମିବା ସମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ବୟାନ ସାମନାକୁ ଆସିଛି । ଏକ ବାଣିଜ୍ୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଁ ସେ ଉଦ୍ୟମ କରିବେ । ଏହା ସହିତ ରାଜ୍ୟ ସରକାରମାନେ ଯେପରି ତେଲ ଉପରୁ ଭାଟ୍ ହ୍ରାସ କରନ୍ତି ସେ ଦିଗରେ କେନ୍ଦ୍ର ସରକାର ଉଦ୍ୟମ କରିବେ।

ସେ କହିଛନ୍ତି ଯେ ବିଜେପି ଶାସିତ ରାଜ୍ୟଗୁଡ଼ିକ ତେଲ ଉପରୁ ଭାଟ୍ କମାଇଥିଲେ ବି ଅଣ-ବିଜେପି ଶାସିତ ରାଜ୍ୟମାନେ ତାହା କରୁନାହାନ୍ତି । ଏଥିପାଇଁ ସେମାନଙ୍କୁ କେନ୍ଦ୍ର ସରକାର ପ୍ରବର୍ତ୍ତାଇବେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.