ତୃତୀୟ ପର୍ଯ୍ୟାୟ ଟ୍ରାଏଲର ଆସିଲା ରିପୋର୍ଟ; ୭୭.୮ ପ୍ରତିଶତ ପ୍ରଭାବଶାଳୀ ହେଲା କୋଭାକ୍ସିନ୍

0

ଭାରତର ସ୍ୱଦେଶୀ ଟିକା କୋଭାକ୍ସିନ୍ ତାର ତୃତୀୟ ପର୍ଯ୍ୟାୟର କ୍ଲିନିକାଲ ଟ୍ରାଏଲର ରେଜଲ୍ଟ ଆସିଛି । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ୭୭.୮ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡିଛି । ତୃତୀୟ ପର୍ଯ୍ୟାୟର ଡାଟା ମିଳିବା ପରେ ଡିଜିଆଇର ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି) ଦ୍ୱାରା ଅନୁମୋଦିତ କରାଯାଇଥିବା ଫେଜ୍-୩ର ଟ୍ରାଏଲ ଡାଟାମୁତାବକ କୋଭାକ୍ସିନ୍ କରୋନା ବିରୋଧରେ ୭୭.୮ ପ୍ରଭାବଶାଳୀ ଅଟେ ।

ତେଣୁ ଏହା ଭାରତ ବାୟୋଟେକ ପକ୍ଷରୁ କେନ୍ଦ୍ରକକୁ ସରକାରଙ୍କ କମିଟିକୁ ରିପୋର୍ଟ ହସ୍ତାନ୍ତର କରାଯାଇଛି । ତେବେ ଏକ୍ସପର୍ଟ କମିଟି ଏହି ତଥ୍ୟ ଦେଖି ସାରିଛନ୍ତି ହେଲେ ଏଥିପାଇଁ କୌଣସି ପ୍ରକାରର ମଞ୍ଜୁରୀ ଦେଇ ନାହାନ୍ତି । ବର୍ତ୍ତମାନ ସିଇସି ଏହି ଡାଟାକୁ ଡିସିଜିଆଇକୁ ପ୍ରଦାନ କରିଛି । କୋଭାକ୍ସିନକୁ ୫ ମାସ ପୂର୍ବରୁ ବ୍ୟବହାର ପାଇଁ ଅନୁମତି ମିଳି ସାରିଛି । ସେତେବେଳେ ଏହି ଟ୍ରାଏଲ ହୋଇନଥିବାରୁ ଅନେକ ବିବାଦ ସୃଷ୍ଟି ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହାର କ୍ଲିନିକାଲ ଟ୍ରାଏଲ ଶେଷ ହୋଇଛି । ଭାରତ ବାୟୋଟେକ୍ କହିଛି ଯେ ସେମାନେ ଟିକାର ଚତୁର୍ଥ ଟ୍ରାଏଲ ମଧ୍ୟ କରୁଛନ୍ତି । ବର୍ତ୍ତମାନ କୋବାକ୍ସିନ୍କୁ ଡବ୍ଲୁଏଚ୍ଓ ଦ୍ୱାରା ଜରୁରୀ କାଳୀନ ବ୍ୟବହାର ପାଇଁ ଭ୍ୟାକ୍ସିନ୍ ତାଲିକାରେ ସ୍ଥାନ ପାଇ ନାହିଁ । ତେଣୁ ଏହାକୁ ନେଇ ପ୍ରୟାସ ଜାରି ରହିଛି ।

Leave A Reply

Your email address will not be published.