ରାଜ୍ୟରେ ପୁଣି ଫେରିବା ତାପମାତ୍ରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟକୁ ପୁଣି ତାତି ଫେରିବ। ଆଉ ୨୪ ଘଣ୍ଟା ପରେ ପାରଦ ଉପରମୁହାଁ ହେବ । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗୁରୁବାରଠାରୁ ଦିନର ତାପମାତ୍ରା ୨ରୁ ୪ଡିଗ୍ରୀ ବୃଦ୍ଧି ପାଇବା ନେଇ ପୂର୍ବାନୁମାନ କରାଯାଇଛି। ଆସନ୍ତା ୧୮ ତାରିଖରୁ ରାଜ୍ୟବାସୀ ପୁଣି ଗରମରେ ଛଟପଟ ହେବେ ।  ଦକ୍ଷିଣ-ପଶ୍ଚିମ ମୌସୁମୀ ୩୧ ମେ ସୁଦ୍ଧା କେରଳ ପହଞ୍ଚିବା ସମ୍ଭାବନା ରହିଛି ବୋଲି ବୁଧବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ୭ ଦିନ ସମୟ ଏପଟସେପଟ ମଧ୍ୟରେ ଜୁନ୍ ୧ରେ କେରଳରେ ପ୍ରବେଶ କରିଥାଏ। ଏହାପରେ ଏହା ଅଧିକ ବେଗରେ ଉତ୍ତର ଭାରତ ଆଡକୁ ଆଗକୁ ବଢେ। ଏହାସହ ଜୁଲାଇ ୧୫ ସୁଦ୍ଧା ସାରା ଦେଶରେ ପ୍ରବେଶ କରିଥାଏ। ଆଇଏମଡି ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଚଳିତ ବର୍ଷ ମୌସୁମୀ ବାୟୁ ୪ ଦିନ ସମୟ ଏପଟସେପଟ ମଧ୍ୟରେ ୩୧ ମେ ସୁଦ୍ଧା କେରଳରେ ପହଞ୍ଚିବା ଆଶା କରାଯାଉଛି। ଏହା ସାରା ଦେଶ ପାଇଁ ମହତ୍ତ୍ୱପୂର୍ଣ୍ଣ। ଅସହ୍ୟ ଗରମରେ ବ୍ୟତିବ୍ୟସ୍ତ ଉତ୍ତର ଭାରତ ମୌସୁମୀକୁ ଅପେକ୍ଷା କରି ରହିଛନ୍ତି।

ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବୁଧବାର କହିଛନ୍ତି, ଏହା ଶୀଘ୍ର ନୁହେଁ ମାତ୍ର ସାଧାରଣ ସମୟର ନିକଟବର୍ତ୍ତି ତାରିଖ। କାରଣ କେରଳରେ ମୌସୁମୀର ଆରମ୍ଭର ସାଧାରଣ ସମୟ ଜୁନ୍ ୧। ମେ’ ୧୬ରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୧ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି । ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ବଲାଙ୍ଗିରେ ଗ୍ରୀଷ୍ମ ଲହରୀ ଦେଖାଦେଇପାରେ । ସେହିପରି ୧୯ ତାରିଖରେ ନୂଆପଡ଼ା, ବୌଦ୍ଧ, ବରଗଡ଼, ଝାରସୁଗୁଡ଼ା, ସୋନପୁର, ବଲାଙ୍ଗିର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଉପକୂଳ ଅଞ୍ଚଳରେ ତାପମାତ୍ରା କମ୍ ରହିଲେ ବି ଆର୍ଦ୍ରତା ପ୍ରଭାବରେ ଗୁଳୁଗୁଳି ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.