ପିଇବା ପାଣିର ସମସ୍ଯାକୁ ନେଇ ରାସ୍ତା ଅବରୋଧ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ କଟାକଟା ପଞ୍ଚାୟତରେ ପିଇବା ପାଣିର ସମସ୍ଯାକୁ ନେଇ ରାସ୍ତା ଅବରୋଧ କଲେ 10 ନମ୍ବର ଓ୍ବାଡ ବାସିନ୍ଦା। ନଟାକଟା ପଞ୍ଚାୟତର ନଟାକଟା,ବଡ ଚାରିଗାଁ, ଶ୍ୟାମସୁନ୍ଦରପୁର ଗ୍ରାମରେ ଚାରି ବର୍ଷରୁ ଉର୍ଦ୍ଧ୍ୱ ବର୍ଷ ଧରି ପିଇବା ପାଣିର ସମସ୍ୟା ଲାଗି ରହିଛିି |

ଏନେଇ ବାରମ୍ବାର ଗ୍ରାମବାସୀ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରିଙ୍କୁ ଅବଗତ କରାଇ ଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି | ଯାହା ଫଳରେ ଲୋକେ ଟୋପାଏ ପିଇବା ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି | ଯାହା ଫଳରେ ଆଜି ଏହି ଡହ ଡହ ଖରାରେ ଏହି ତିନୋଟି ଗ୍ରାମର ଶାତାଧିକ ଲୋକେ ଅମର୍ଦାରୋଡ ବାରିପଦା ରାସ୍ତାର ପୁରୁଣା ଫାଣ୍ଡି ନିକଟରେ ରାସ୍ତା ରୋକ କରିଥିଲେ |

ଘଟଣା ସ୍ଥଳରେ ନଟାକଟା ସରପଞ୍ଚ ପ୍ରତିନିଧି ଓ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପାଣିର ବ୍ୟବସ୍ଥା କରିବା ପ୍ରତିଶ୍ରୁତି ଦେବା ସହିତ ଅଚଳ ହୋଇ ପଡିଥିବା ନଳକୂପର ମରାମତି ଆରମ୍ଭ କରିବା ପରେ ରାସ୍ତା ରୋକ ହଟିଥିଲା | ପ୍ରକାଶ ଥାଉକି ପାଣି ସମସ୍ୟା ନେଇ ପୂର୍ବରୁ ଏଠାରେ ବାରମ୍ବାର ଆନ୍ଦୋଳନ ହୋଇଥିବା ବେଳେ, ପ୍ରଶାସନ କେବଳ ଅସ୍ଥାୟୀ କାର୍ଯ୍ୟକରି ଚୁପ ବସୁଛନ୍ତି। ତେବେ ଆଜି ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ସମାଧାନ କରିଛନ୍ତି।

Leave A Reply

Your email address will not be published.