ବିଜେଡିର ଶକ୍ତି ପ୍ରଦର୍ଶନ ବାଇକ ସଭାଯାତ୍ରା ସାମିଲ ହେଲେ ହଜାର ହଜାର କର୍ମୀ ଏବଂ ସାଂସଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେଡିର ଶକ୍ତି ପ୍ରଦର୍ଶନ ବାଇକ ସଭାଯାତ୍ରା ସାମିଲ ହେଲେ ହଜାର ହଜାର କର୍ମୀ ଏବଂ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନ ରେ ବାଜିମାତ କରିବା ପାଇଁ ବିଭିନ୍ନ ଦଳ ମଧ୍ୟରେ ଆରମ୍ଭ ହୋଇଛି କସରତ।ତେବେ କିଛି ଦଳ ନିଜ ନିଜର କର୍ମୀଙ୍କୁ ବାନ୍ଧି ରଖିବା ସହିତ କର୍ମୀ ଙ୍କୁ ନେଇ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ |

ତେବେ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ନିର୍ବାଚନ ମଣ୍ଡଳୀର ରାଜନୀତି ଧୀରେ ଧୀରେ ସର୍ଗମ ହେବାରେ ଲାଗିଥିବା ବେଳେ| ସମସ୍ତ ଦୋଳ ନିଜ ନିଜ କର୍ମୀ କୁ ନେଇ ପ୍ରଚାର ମଇଦାନଙ୍କୁ ଅଲ୍ହେଇ ଥିବାବେଳେ ବିଜେଡି ମଧ୍ୟ ଆଜି ପ୍ରାୟ ୧୦ଘଟିକା ସମୟରେ କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ବାଇକ ସଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କରଞ୍ଜିଆ ସ୍ଥିତ ବାମନା ଶାଳ ଠାରୁ ଆରମ୍ଭ ହୋଇଥିବା ଏହି ବାଇକ ରାଲି ପ୍ରଥମେ କେଉଁଝର ଲୋକସଭା ରୁ ଟିକେଟ ପାଇଥିବା ଧନୁର୍ଯ୍ୟୟ ସିଧୁ ଏବଂ କରଞ୍ଜିଆ ବିଧାନସଭା ରୁ ଟିକେଟ ପାଇଥିବା ପ୍ରାର୍ଥୀନୀ ବାସନ୍ତୀ ହେମ୍ବ୍ରମ ମା ବାମନା ବୀର ଠାକୁରାଣୀଙ୍କ ପାଖରେ ପୂଜାର୍ଚନା କରିବା ପରେ ୧୦୦୦ରୁ ଉର୍ଦ୍ଧ ବାଇକ ଯୋଗେ କେଉଁଝର ଲୋକସଭା ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଧୁ ଏବଂ କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ବାସନ୍ତୀ ହେମ୍ବ୍ରମଙ୍କୁ ସମ୍ବର୍ଦ୍ଧନା ଦେଇ କରଞ୍ଜିଆ ସହର ପରିକ୍ରମା କରିଥିବାର ଦେଖିବାକୁ ମିଳିଥିଲା ।

ତେବେ ଏହି ସଭାଯାତ୍ରା ଗୋଲେଇ ଛୋକ ହୋଇ ମାଣିକ ଛୋକ ଏନ ଏ ସି ଛୋକ ଫ୍ଲିମ ହୋଲ ଛୋକ, ପି ଡବ୍ଲୁ ଡି ଛୋକ ହୋଇ ପୁଣି ବାମନା ଶାଳ ରେ ସମାପ୍ତ ହୋଇଥିଲା | ସେଠାରେ ଦୋଳିୟ କର୍ମୀକୁ ନେଇ ଏକ କର୍ମୀ ସମ୍ବିଳନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା | ଏହି ସଭାରେ ଦଳର ପ୍ରଚାର ପ୍ରସାର ପାଇଁ ଉପସ୍ଥିତ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ ବିଧାୟକ ଏବଂ ସାଂସଦ ପ୍ରାର୍ଥୀ । ଏହିକାର୍ଯ୍ୟକ୍ରମରେ ବିପୁଳ ପରିମାଣରେ କର୍ମୀ ଓ ନେତାମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.