ରାଇରଙ୍ଗପୁରରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଉଦଘାଟିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁରରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଉଦଘାଟିତ |ରାଇରଙ୍ଗପୁର ସହରସ୍ତ ମେଡିକାଲ ରୋର୍ଡ ରେ ଥିବା ବିକାଶ ମେଡିସିନ ଷ୍ଟୋର ନିକଟରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି |

ଏଥିରେ ଲୋକସଭା ପାର୍ଥୀ ନବଚରଣ ମାଝୀ, ସାରସକଣା ବିଧାନସଭା ପାର୍ଥୀ ଭାଦବ ହାଁସଦାଃ, ରାଇରଙ୍ଗପୁର ବିଧାନସଭା ପାର୍ଥୀ ଜଲେନ ନାଏକ, ରାଜ୍ୟ ସମ୍ପାଦକ ନବୀନ ରାମ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୀବ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ଦାସ, ଜିଲ୍ଲା କୋରକମିଟୀ ସଦସ୍ୟ ମନୋରଞ୍ଜନ ମହାନ୍ତି, ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମାଡ ଓ ନଗର ସଭାପତି ସୁରଥ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ | ଉକ୍ତ କାର୍ଯ୍ୟାଳୟରେ ଆଗାମୀ ସାଧାରଣ ନିର୍ବାଚନରେ ଲୋକସଭା ପାର୍ଥୀ ଓ ୪ଟି ବିଧାନସଭା ପାର୍ଥୀ ( ରାଇରଙ୍ଗପୁର, ସାରସକଣା, ଯଶିପୁର ଓ କରଂଜିଆ) ର ରଣକୌଶଳ, କାର୍ଯ୍ୟପଦ୍ଧତି, କାର୍ଯ୍ୟକ୍ରମ ଓ ବିଚାରବିମର୍ଶ ଏଠାରେ ତ୍ବରାନ୍ବିତ ହେବ ବୋଲି ସୂଚନା ମିଳିଛି |

କେମିତି ଭାରତୀୟ ଜନତା ପାର୍ଟି ବିଜୟ ଲାଭ କରିବ ତାହା ଏଠାରୁ ନିଷ୍ପର୍ତ୍ତି ଗ୍ରହଣ କରାଯିବ ବୋଲି ଜଣାଯାଇଛି | ଏହି ଅବସରରେ ବାମନଘାଟୀ ଉପଖଣ୍ଡ ଓ ରାଇରଙ୍ଗପୁର ମ୍ୟୁନିସିପାଲିଟିରୁ ୫୦ରୁ ଉର୍ଦ୍ଧ କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ | ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ବିଭିନ୍ନ ମଣ୍ଡଳର କର୍ମକର୍ତ୍ତା ଓ ମହିଳାମୋର୍ଚ୍ଚାର ମହିଳାଗଣ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ |

Leave A Reply

Your email address will not be published.