ନ୍ୟାୟ ପାଇଁ ଧାରଣ ଦେଲେ ବାପା ମା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଆର୍ତୁଙ୍ଗ ଗ୍ରାମ ର ଏକ ଅଭିଯୋଗ ବାସୁଦେବପୁର ଥାନା ଅନୁସାରେ ଶରତ କୁମାର ମହାପାତ୍ର ଙ୍କ ଏତଲା କ୍ରମେ ତାଙ୍କ ଝିଅ ସସ୍ମିତା ମହାପାତ୍ର, ବୟସ ୧୭ ବର୍ଷ ସେ ଗତ ୧୦/୪/୨୦୨୪ ରିଖ ରାତି ପ୍ରାୟ ୪ ଟା ସମୟରୁ ନିଖୋଜ ଅଛନ୍ତି।

ପରିବାର ଲୋକ ଙ୍କ କହିବା ମୁତାବକ ଝିଅର ନିଖୋଜ ପରେ ସେ ତାଙ୍କର ବନ୍ଧୁବାନ୍ଧବ, ଝିଅର ସାଙ୍ଗସାଥୀ ଙ୍କ ଘରକୁ ଯାଇ ଝିଅ ନିଖୋଜ ଥିବା ଘଟଣା ସମ୍ପର୍କରେ ଅବଗତ କରାଇବା ସହିତ ଖୋଜାଖୋଜି କରିଥିଲେ। ହେଲେ ଝିଅ ର କୌଣସି ଖୋଦ୍ ଖବର ନ ମିଳିବାରୁ ପରିବାର ଲୋକେ ନିରାଶ ହୋଇ ବାସୁଦେବପୁର ଥାନା ରେ ଏହି ଘଟଣା ବାବଦରେ ପୋଲିସ କୁ ଅବଗତ କରାଇଥିଲେ।ପୋଲିସକୁ ଜଣାଇବା ପରେ ମଧ୍ୟ ପୋଲିସ ଏଜାବତ୍ ସସ୍ମିତା କେଉଁ ସ୍ଥାନରେ ଅଛି ଓ କିଏ ସସ୍ମିତା ଙ୍କୁ ଅପହରଣ କରିନେଇଛି ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ।

ଏ ନେଇ ମା, ବାପା ଓ ବଡ ବାପା ବାସୁଦେବପୁର ଥାନା ଆଗରେ ଧାରଣା ଦେଇଥିଲେ। ପୋଲିସ କଥା ଦେଇଥିବା କଥା ନ ରଖିବାର ଅଭିଯୋଗ କରି ଆଜି ଶୁକ୍ରବାର ରେ ପୁଣି ଧାରଣା ଦେଇଛନ୍ତି ପରିବାର ଲୋକେ।ସସ୍ମିତା ନିଖୋଜ ଘଟଣା ସମ୍ପର୍କରେ ରେ ବାସୁଦେବପୁର ଥାନା ଅଧିକାରୀଣି ଓ ଏସ ଡି ପି ଓ ତୁରନ୍ତ ଖବର ପାଇ ଉପସ୍ଥିତ ରହି ଥିଲେ।ମିଳିଥିବା କିଛି ସୂଚନା ଅନୁସାରେ ବାସୁଦେବପୁର ପୋଲିସ ଘଟଣା ର ତଦନ୍ତ ଜାରି ରଖିଛି। ଖୁବ୍ ଶୀଘ୍ର ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଜଣା ପଡିଛି।

Leave A Reply

Your email address will not be published.