ବିଦ୍ୟୁତ ଆଘାତରେ ମୃତ୍ୟୁ ପରେ କ୍ଷତି ପୁରଣ ଦାବୀ ନେଇ ରାସ୍ତା ଅବରୋଧ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଦ୍ୟୁତ ଆଘାତରେ ମୃତ୍ୟୁ ପରେ କ୍ଷତି ପୁରଣ ଦାବୀ କରି ଜଳେଶ୍ୱର କୃଷକ ସଂଗ୍ରାମ ମଂଚ ପକ୍ଷରୁ ଜଳେଶ୍ୱର ଚନ୍ଦନେଶ୍ୱର ରାଜ୍ୟ ରାଜପଥ ଅବରୋଧ କରି ବିକ୍ଷୋବ | ମୃତ ଯୁବକ ଜଣକ ହେଲେ କଲ୍ୟାଣପୁର ଗ୍ରାମର ପୁରୁଷୋତ୍ତମ ଜେନା |

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳରେ ଗତ ୩ଦିନ ତଳେ କାଳବୈଶାଖୀ ବର୍ଷା ଯୋଗୁଁ ଘରର ଛପର ଉଡିବା ସହିତ ଗଛର ଡାଳ ଭାଙ୍ଗି ଥିଲା | ଜଳେଶ୍ୱର ଥାନା କଲ୍ୟାଣପୁର ଗ୍ରାମରରେ ବିଦ୍ୟୁତ ତାର ଛିଡି ପଡିଥିଲା ବେଳେ ଗ୍ରାମବାସୀ ମାନେ ମରାମତି ପାଇଁ ଟାଟା ପାୱାରକୁ ଜଣାଇଥିଲେ ମଧ୍ୟ ଟାଟା ପାୱାର କର୍ଣ୍ଣପାତ କରି ନ ଥିଲା  | ଆଜି ମଧ୍ଯହ୍ନ ସମୟରେ ସେହି ଗ୍ରାମର ପୁରୁଷୋତ୍ତମ ଜେନା ସେହି ବାଟଦେଇ ଯିବା ବେଳେ ବିଦ୍ୟୁତ ତାର ସଂଶପର୍ଶରେ ଆସିଥିଲା |

ଗ୍ରାମବାସୀ ତାକୁ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଅଣିଥିଲାବେଳେ, ଡାକ୍ତର ତାକୁ ମୃତ୍ୟ ବୋଲି ଘୋଷଣା କରିଥିଲେ | ଟାଟା ପାୱାରର ମନ ମୁଖି ପାଇଁ ପୁରୁଷୋତ୍ତମର ମୃତ୍ୟୁ ଘଟିଛି ବୋଲି ଦାବି କରିବା ସହ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବୀ କରି ଜଳେଶ୍ୱର କୃଷକ ସଂଗ୍ରାମ ମଂଚ ପକ୍ଷରୁ ଶବ ରଖି ଜଳେଶ୍ୱର ଚନ୍ଦନେଶ୍ୱର ୫୭ନଂ ରାଜ୍ୟ ରାଜପଥକୁ ଅବରଦ୍ଧ କରିଥିବା ବେଳେ ଜଳେଶ୍ୱର ପୋଲିସ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି |

Leave A Reply

Your email address will not be published.