ଇସ୍ତଫା ଦେଲେ ତେଲେଙ୍ଗାନା ରାଜ୍ୟପାଳ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ତେଲେଙ୍ଗାନାର ରାଜ୍ୟପାଳ ଏବଂ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଛନ୍ତି ତାମିଲାଇସାଇ ସୌନ୍ଦରାଜନ୍‌। ସୂଚନା ଅନୁଯାୟୀ, ତାମିଲନାଡୁର ଏହି ପୂର୍ବତନ ବିଜେପି ସଭାପତି ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି।

ସେ ଦିଲ୍ଲୀରେ ଇସ୍ତଫା ଦେବା ସହ ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ପଠାଇଛନ୍ତି। ଏକ ବିବୃତ୍ତିରେ ତେଲେଙ୍ଗାନା ରାଜ ଭବନ ପକ୍ଷରୁ କୁହାଯାଇଛି, “ତେଲେଙ୍ଗାନାର ମାନ୍ୟବର ରାଜ୍ୟପାଳ ତଥା ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଡକ୍ଟର ଶ୍ରୀମତୀ ତାମିଲାଇସାଇ ସୌନ୍ଦରାଜନ୍‌ ତାଙ୍କର ଇସ୍ତଫା ପ୍ରଦାନ କରିଛନ୍ତି।’’ ଲୋକସଭା ନିର୍ବାଚନ ପାଇଁ ବିଜେପିର ତୃତୀୟ ପ୍ରାର୍ଥୀ ତାଲିକାରେ ସୌନ୍ଦରାଜନ୍‌ ନାମିତ ହେବାର ସମ୍ଭାବନା ରହିଛି।

ସେ ହୁଏତ ଉତ୍ତର ତାମିଲନାଡୁ, ପୁଡୁଚେରୀ କିମ୍ବା ଚେନ୍ନାଇ ଦକ୍ଷିଣ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି ବୋଲି ଅ୨୦୨୩ ମସିହା ଡିସେମ୍ବର ମାସରେ ତାମିଲନାଡୁରେ ହୋଇଥିବା ବନ୍ୟା ପରିସ୍ଥିତିକୁ ନେଇ ସେ ଡିଏମକେକୁ ନିନ୍ଦା କରି କହିଥିଲେ ଯେ ରାଜ୍ୟ ସରକାର ସତର୍କତା ଅବଲମ୍ବନ କରିବା ଉଚିତ, ସେ ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଛନ୍ତି। ସେ ଆହୁରି ମଧ୍ୟ କହିଥିଲେ କି ଯେତେବେଳେ ବନ୍ୟା ପ୍ରଭାବରେ ଲୋକମାନେ ହନ୍ତସନ୍ତ ହେଉଛନ୍ତି, ସେତେବେଳେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ଏକ କାର୍ଯ୍ୟକ୍ରମ କରୁଛନ୍ତି।

Leave A Reply

Your email address will not be published.