ସୋରରେ ପୋଲିସର ଫ୍ଲାଗ ମାର୍ଚ୍ଚ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୋରରେ ପୋଲିସର ଫ୍ଲାଗ ମାର୍ଚ୍ଚ। ଆଗମୀ ନିର୍ବାଚନକୁ ଆଖି ଆଗରେ ରଖି ବାଲେଶ୍ୱର ଜିଲ୍ଲା ସୋର ପୁଲିସ ପକ୍ଷରୁ ସୋର ପୌରପାଳିକାରେ ପ୍ଲାଗ ମାର୍ଚ୍ଚ କରାଯାଇଛି।

ସଦର ଏସ୍ଡ଼ିପିଓ ଡ଼. ଶଶାଙ୍କ ଶେଖର ବେଉରାଙ୍କ ନେତୃତ୍ୱରେ ସୋର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କ ସମେତ ୧୩ ଜଣ ଅଧିକାରୀ,ଏକ ପ୍ଲାଟୁନ ଓଏସଏପି ଯବାନ,୩ ପ୍ଲାଟୁନ ବିଏସଏଫ ଯବାନ ଏବଂ ଏକ ସେକ୍ସନ କନେଷ୍ଟବଳ ସାମିଲ ହୋଇଥିଲେ।

ଏହି ଫ୍ଲାଗମାର୍ଚ୍ଚ ପୌରପାଳିକା ଅନ୍ତର୍ଗତ ବାମ୍ଫି ଛକରୁ ବାହାରି ଆଶ୍ରମ ଛକ ପର୍ଯ୍ୟନ୍ତ ଯାଇଥିଲା। ପରେ ଏହି ଫ୍ଲାଗମାର୍ଚ୍ଚ ପାଖର ଛକରୁ ବେଲପୁର ଗ୍ରାମ ପର୍ଯ୍ୟନ୍ତ ଯାଇଥିଲା । ଏହି ସମୟରେ ବିଭିନ୍ନ ସମ୍ବେଦନ ଶୀଳ ସ୍ଥାନ ଚିହ୍ନଟ କରାଯାଇଥିଲା। ଆଗାମୀ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଯେକୌଣସି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ସଜାଗ ଥିବା ଏସଡିପିଓ ଡ଼. ବେଉରା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.