ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲୋକସଭା ନିର୍ବାଚନ ୨୦୨୪ ପାଇଁ ଯୋରଦାର ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଥିବାବେଳେ, ଏହା ଭିତରେ ଏକ ନୂଆ ଚିତ୍ର ସାମ୍ନାକୁ ଆସିଛି । ପ୍ରାୟ ସମସ୍ତ ଆସନରେ ବିଭିନ୍ନ ରାଜନୈତିକ ଦଳମାନେ ନିଜ ନିଜ ପ୍ରାର୍ଥୀ ଘୋଷଣା କରିସାରିଲେଣି। ହେଲେ ଉତ୍ତରପ୍ରଦେଶର ଅମେଠିରୁ କିଏ ହେବ କଂଗ୍ରେସର ପ୍ରାର୍ଥୀକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି।
ଉତ୍ତରପ୍ରଦେଶ ଆମେଠୀର କଂଗ୍ରେସ କର୍ଯ୍ୟାଳୟ ସମ୍ମୁଖ ବ୍ୟତୀତ ଅନେକ ସ୍ଥାନରେ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ପୋଷ୍ଟର ଲାଗିଥିବାର ଦେଖିବାକୁ ମିଳିଛି । ଆଜି ସକାଳୁ ରବର୍ଟ ଭଦ୍ରାଙ୍କ ସମର୍ଥନରେ ଆମେଠୀରେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଥିଲା । ଏହି ପୋଷ୍ଟର୍ରେ ରବର୍ଟ ଭଦ୍ରାଙ୍କୁ ପ୍ରାର୍ଥୀ କରିବା ପାଇଁ ଲେଖାଯାଇଛି । ପୋଷ୍ଟର୍ରେ ‘ଅମେଠି କୀ ଜନତା କରେ ପୁକାର, ରବର୍ଟ ଭଦ୍ରା ଅବ କୀ ବାର୍’ ବୋଲି ଲେଖାଯାଇଛି । ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଛି । ଅମେଠିରେ ଥିବା ଦଳୀୟ କାର୍ଯ୍ୟାଳୟ ବାହାରେ ରବର୍ଟ ଭଦ୍ରାଙ୍କ ଫଟୋ ଥିବା ପୋଷ୍ଟର୍ ଲଗାଯାଇଛି।
ଏହି ପୋଷ୍ଟର୍ରେ ରବର୍ଟ ଭଦ୍ରାଙ୍କୁ ପ୍ରାର୍ଥୀ କରିବା ପାଇଁ କୁହାଯାଇଛି। ପୋଷ୍ଟର୍ରେ ‘ଅମେଠି କୀ ଜନତା କରେ ପୁକାର, ରବର୍ଟ ଭଦ୍ରା ଅବ କୀ ବାର୍’ ଲେଖାଯାଇଛି। ଆମେଠିର ଲୋକେ ଏଥର ରୋବର୍ଟ ଭଦ୍ରାଙ୍କୁ ଚାହୁଁଛନ୍ତି, ତେଣୁ ତାଙ୍କୁ ପ୍ରାର୍ଥୀ କରାଯାଉ ବୋଲି ଏଥିରେ କୁହାଯାଇଛି। କଂଗ୍ରେସର ଗଡ କୁହାଯାଉଥିବା ଅମେଠିରୁ ୨୦୧୯ରେ ରାହୁଲ ଗାନ୍ଧିଙ୍କୁ ପରାଜର ସାମ୍ନା କରିବାକୁ ପଡିଥିଲା। ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ଏଠାରୁ ଚତ୍ମକାର ବିଜୟ ହାସଲ କରିଥିଲେ। ତେବେ ଏଥର ମଧ୍ୟ ଏହି ଦୁଇ ନେତାଙ୍କ ମଧ୍ୟରେ ଲେଢ଼ିଇ ଦେଖିବାକୁ ମିଳିବ ବୋଲି କୁହାଯାଉଛି।