ସାଲିଆ ସାହିରେ ବାସ କରୁଥିବା ନିରୀହ ଆଦିବାସୀଙ୍କ ମୌଳିକ ସୁବିଧାକୁ ଛଡାଇ ନେବାକୁ ବସିଛି ପ୍ରଶାସନ, ପ୍ରତିବାଦ ଜଣାଇଲା ଆଞ୍ଚଳିକ କମିଟି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସାଲିଆସାହି ଆଦିବାସୀ ଗାଁ ଏବଂ ଶକ୍ତି ବିହାର ବସ୍ତି ଜୟଦେବ ବିହାର ମୌଜାର ଖାତା ନମ୍ବର ୧୪୨୭ ରେ ପ୍ଲଟ ନମ୍ବର ୪୪, ୩୮,୬୦୨,୬୦୩,୬୦୪,୬୦୫, ୬୦୯ କିସମ ଜଙ୍ଗଲ ଜମିରେ ଦିର୍ଘ୪୫ ବର୍ଷରୁ ଉର୍ଦ୍ଧ ହେବ ବସବାସ କରି ଆସୁଅଛନ୍ତି। ଜଙ୍ଗଲ ଅଧିକାର ଆଇନ ୨୦୦୬ ଏବଂ ସଂଶୋଧିତ ଅଧିନୟମ ୨୦୧୨କୁ ଆଧାର କରି ସମସ୍ତ ମୁନସୀପାଲ କର୍ପୋରେଶନ ତଥା ସହରାଞ୍ଚଳରେ ଜଙ୍ଗଲ ଅଧିକାର ଆଇନ ଲାଗୁ କରିବା ପାଇଁ ରାଜ୍ଯର ସମସ୍ତ ଜିଲ୍ଲପାଳଙ୍କୁ ରାଜ୍ୟସରକାରଙ୍କ ଆଦିବାସୀ ଦଳିତ ଉନ୍ନୟନ ବିଭାଗ ତରଫରୁ ଗତ୬/୪/୨୦୧୫ ରେ ଷ୍ପଷ୍ଟ ନିର୍ଦେଶ ଦେଇଛନ୍ତି। ଏହାର କପି ରାଜ୍ଯର ସମସ୍ତ ଡିଏଫଓ ରେଞ୍ଜର ଉପଜିଲ୍ଲାପାଳ ତଥା ଉନ୍ନୟନ ଆଧିକାରି ଏବଂ ତହସିଲଦାର ମାନଙ୍କୁ ଅବଗତ କରଯାଇଛି। ଜଙ୍ଗଲ ଅଧିକାର ଆଇନ ଲାଗୁ କରିବା ପରିବର୍ତ୍ତେ ଦାୟିତ୍ୱରେ ଥିବା ସମ୍ପୃକ୍ତ ଅଧିକାରୀ ମାନେ ଚଞ୍ଚକତା ସମ୍ପୃକ୍ତ ଜମିରେ ଆଦିବାସୀ କିମ୍ବା ପାରମ୍ପରିକ ଜଙ୍ଗଲ ଅଧିବାସୀ ନଥବା ଦର୍ଶାଇ ଜଙ୍ଗଲ ଜମିର କିସମ ପରିର୍ତ୍ତନ କରିବା ପାଇଁ ସୁପାରିଶ କରିଛନ୍ତି। ଏହାର ଉପଯୁକ୍ତ ତଦନ୍ତ ଦାବୀ କରି ସାମୁହିକ ଏବଂ ବ୍ଯକ୍ତିଗତ ଭାବେ ଜିଲ୍ଲାପାଳ ଖୋର୍ଦ୍ଧା ଏବଂ ରାଜ୍ଯ ସ୍ତରୀୟ ଜଙ୍ଗଲ ଅଧ୍ଯକ୍ଷଙ୍କୁ ଲେଖିବା ପରେ ସ୍ଥାନୀୟ ଅତିରିକ୍ତ ତହସିଲଦାରଙ୍କ ନେତୃତ୍ବରେ ବ୍ଲକ ୱେଲଫେୟାର ଅଫିସର ଚନ୍ଦକା ୱାଇଲ୍ଡ ଲାଇଫ ଡିଭିଜନର ଜଣେ ଫରେଷ୍ଟ ଅଧିକାରୀଙ୍କୁ ନେଇ ଗଠିତ ଯୁଗ୍ମ ତଦନ୍ତକାରୀ କମିଟି କ୍ଷେତ୍ର ଅନୁସଂଧାନ କରି ଏହା ଜଙ୍ଗଲ ଏବଂ ଏଠାରେ ଦିର୍ଘ୪୫ ବର୍ଷରୁ ଉର୍ଦ୍ଧ ଆଦିବାସୀ ଏବଂ ପାରମ୍ପରିକ ଜଙ୍ଗଲ ଅଧିବାସୀମାନେ ବସବାସ କରିଆସୁଛନ୍ତି ଏବଂ ଏଠାରେ ଜଙ୍ଗଲ ଅଧିକାର ଆଇନ ଲାଗୁ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଉପଲବ୍ଧ କରିଛନ୍ତି। ଯାହା ଆଦିବାସୀ ଦଳିତ ଏବଂ ପାରମ୍ପରିକ ଜଙ୍ଗଲ ଅଧିବାସୀ ପ୍ରତି ଅପରାଧିକ ଷଡଯନ୍ତ୍ର ଅଟେ।ଏଣୁ ରାସ୍ତା ବିଷୟକ ସମସ୍ତ ଜଙ୍ଗଲ ପରିବେଶ ମଞ୍ଜୁରୀକୁ ବାତିଲ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରିବା ପାଇଁ ଦାବି ହୋଇଛି।

ଏହି ଅଭିଯୋଗ ଉପରେ ମାନ୍ୟବର ହାଇକୋର୍ଟଙ୍କ ସ୍ଥଗିତାଦେଶ ଥିବା ସହିତ ଜାତୀୟ ସବୁଜ ଅଦାଲତରେ ବିଚାରଣା ଚାଲିଛି। ତାହା ସତ୍ବେ ବିଏମସି ବିଡିଏ ପିଡବ୍ଲୁଡି ଆର ଏଣ୍ଡ ବି ଡିଭିଜନ ୩ ନିରିହ ଜନସାଧାରଣଙ୍କୁ ଭୂଆଁ ବୁଲାଇବା ପାଇଁ ଲଗାତର ଭାବରେ ଗଣମାଧ୍ୟମରେ ଯୋଜନା ଭାବରେ ବୟାନବାଜି କରୁଛନ୍ତି। ଏହାକୁ ନିନ୍ଦା କରିବା ସହିତ ଆଜି ଉଦ୍ଯେଶ ମୁଳକ ଭାବରେ ସାତ ଜଣ ଆଦିବାସୀଙ୍କୁ ବ୍ଯକ୍ତିଗତ ଭାବେ ଡକାଇ ହତାଶ କରବା ଉଦ୍ଯମକୁ ସାତଶହ ଆଦିବାସୀ ପଣ୍ଡ କରିଛନ୍ତି। ସରକାର ପ୍ରଶାସନର ସମସ୍ତ ଜାଲିଆତିକୁ ପର୍ଦାଫାସ କରିବା ସହିତ ସ୍ଥାନୀୟ ବାସିନ୍ଦାଙ୍କୁ ନ୍ଯାୟ ଦିଆଯାଉ ବୋଲି ଦାବି ହୋଇଛି।

Leave A Reply

Your email address will not be published.