ଫେକ୍‌ ଚାଷୀ ବଦ୍‌ନାମ କରୁଛନ୍ତି: ସମବାୟ ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଧାନ କିଣା ପ୍ରକ୍ରିୟା ସଠିକ୍‌ ଭାବେ ଚାଲିଛି କହିଲେ ସମବାୟ ମନ୍ତ୍ରୀ।ଯିଏ ଆନ୍ଦୋଳନ କରୁଛନ୍ତି ସେମାନେ ଚାଷୀ ନୁହନ୍ତି।କେବଳ ବଡ଼ ଚାଷୀ ବିରୋଧ କରୁଛନ୍ତି କହିଲେ ମନ୍ତ୍ରୀ। ଗତ ବର୍ଷ ୫ ଶହ କ୍ବିଣ୍ଟାଲ ବିକିଥିଲେ, ଏଥର କ୍ୟାପ୍ସ ହୋଇଥିବାରୁ ଅସୁବିଧା।୧୫ ଦିନ ଟୋକେନ୍‌ ଅବଧି ବୃଦ୍ଧି କରାଯାଉଛି।ମିଲରଙ୍କ ପାଖରେ ଜାଗା ନ ଥିବାରୁ ଧାନ କିଣା ପ୍ରକ୍ରିୟା ଧିରେ ହେଉଛି।ସରକାରଙ୍କୁ ବଦ୍‌ନାମ କରିବାକୁ ଫେକ୍‌ ଚାଷୀ ଚେଷ୍ଟା କରୁଛନ୍ତି।ସେଥିରେ ସେମାନେ ସଫଳ ହେବେନି, ସମସ୍ତଙ୍କ ଧାନ ଉଠିବ।

ମନ୍ତ୍ରୀ କହିଛନ୍ତି, କେବଳ ବଡ଼ ଚାଷୀ ବିରୋଧ କରୁଛନ୍ତି । ଗତବର୍ଷ ସେମାନେ ୫୦୦ କ୍ଵିଣ୍ଟାଲ ଧାନ ବିକିଥିଲେ । ଏଥର କ୍ୟାପ୍ସ ୧୫୦ କ୍ଵିଣ୍ଟାଲ ହୋଇଥିବାରୁ ସେମାନେ ଟିକେ ଅସୁବିଧା ଭୋଗୁଛନ୍ତି । ଆସନ୍ତାବର୍ଷ ସେଥିପ୍ରତି ଦୃଷ୍ଟି ଦିଆଯିବ । ମିଲରଙ୍କ ପାଖେ ଜାଗା ନଥିବାରୁ କିଛି ସ୍ଥାନରେ ଧାନ କିଣା ପ୍ରକ୍ରିୟା ଟିକେ ଧିରେ ହେଉଛି । ପରବର୍ତ୍ତୀ ସମୟରେ ସେ ଧାନକୁ ଉଠାଯାଉଛି । ଯେଉଁ ମାନଙ୍କର ଟୋକେନ୍ ଲାପ୍ସ ହେଉଛି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି, 15 ଦିନ ଟୋକାନ ଅବଧି ବୃଦ୍ଧି କରାଯାଉଛି । ଚଳିତବର୍ଷ ଅଧିକ ଚାଷ ହୋଇଛି । ଅନାବାଦୀ ଗୋଚର ଭଳି ଅନେକ ସ୍ଥାନରେ ଚାଷ ହୋଇଛି । ସେମାନଙ୍କୁ ନୋଟିସ୍ ହୋଇଛି, ଏଥିରୁ ନ ଚେତିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ସରକାରଙ୍କୁ ବଦନାମ କରିବାକୁ ଫେକ୍ ଚାଷୀ ଚେଷ୍ଟା କରୁଛନ୍ତି । ସେଥିରେ ସେମାନେ ସଫଳ ହେବେନି । ସମସ୍ତ ଚାଷୀଙ୍କ ଧାନ ଉଠିବ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.