ସନାତନ, ଅରବିନ୍ଦ ବିଜେଡିରୁ ନିଲମ୍ବିତ

0

ଓଡ଼ିଆ ନ୍ୟୁଜ୍: ବିଜେଡି ପାର୍ଟିରୁ ଆସିଛି ବଡ଼ ଖବର। ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡି ଗୁରୁବାର ଦଳରୁ ଦୁଇ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛି। ଦଳ ସଭାପତି ନବୀନ ପଟ୍ଟନାୟକ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ସସପେଣ୍ଡ କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ବିଧାୟକଙ୍କୁ ସସପେଣ୍ଡ କରାଯାଇଛି। ଏ ନେଇ ବିଜେଡି ପକ୍ଷରୁ ପ୍ରେସ୍ ବିବୃତି ଜାରି କରାଯାଇଛି।​​​​​​​

ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏମିତି କାର୍ଯ୍ୟାନୁଷ୍ଠାନ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛନ୍ତି। ଉଲ୍ଲେଖନୀୟ ସନାତନ ମହାକୁଡ଼ଙ୍କୁ ନିକଟରେ ଗୋଟିଏ ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଦେଖିବାକୁ ମିଳିଥିଲା। ମୋହନ ମାଝୀଙ୍କ ଜାନୁଆରୀ ୧୩ରେ କେନ୍ଦୁଝର ଗସ୍ତ ସମୟରେ ଏକ ସରକାରୀ କାର୍ଯ୍ୟକ୍ରମରେ ସନାତନ ମହାକୁଡ଼ଙ୍କୁ ଦେଖିବାକୁ ମିଳିଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚମ୍ପୁଆ ବିଧାୟକଙ୍କ ଢେର ପ୍ରଶଂସା କରିଥିଲେ। ବୋଧହୁଏ ସନାଙ୍କ ଏମିତି ଗତିବିଧିକୁ ନେଇ ବିଜେଡି ସୁପ୍ରିମୋ ଅସନ୍ତୋଷ ଥିଲେ।

Leave A Reply

Your email address will not be published.