ଭୁବନେଶ୍ବରର ସଫେଇ କର୍ମଚାରୀମାନେ ଅବହେଳିତ, ବିଏମସି ଶୁଣୁନି ଦୁଃଖ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ବର ସହରକୁ ସଫାସୁତରା ରଖିବା ପାଇଁ ମହାନଗର ନିଗମ ଅଧ୍ଵନରେ ସିଧାସଳଖ ଭାବେ ପ୍ରାୟ ୨୫୦୦ ଓ ୩ଟି ଠିକାଦାରଙ୍କ ଜରୀଆରେ ପ୍ରାୟ ୪୦୦୦ରୁ ଉର୍ଦ୍ଧ୍ବ ଦଳିତ ଶ୍ରେଣୀର ପୁରୁଷ ଓ ମହିଳା ସଫେଇ କର୍ମଚାରୀମାନେ ନିଯୁକ୍ତି ପାଇଛନ୍ତି । ସାରା ଦେଶରେ କରୋନା ମହାମାରୀ ବ୍ୟାପକ ଭାବେ ସଂକ୍ରମଣ ହେଉଥିବା ବେଳେ ଭୁବନେଶ୍ବରରେ ସଂକ୍ରମଣ ଅଗ୍ରଭାଗରେ ରହିଛି । ଏଭଳି ପରିସ୍ଥିତିରେ ସଫେଇ କର୍ମଚାରୀମାନେ କରୋନା ବ୍ୟାଧୁକୁ ଭୃକ୍ଷେପ ନକରି ପ୍ରତିଦିନ ସକାଳୁ ସହରକୁ ସଫାସୁତରା କରିବା ପାଇଁ ବାହାରି ଆସୁଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ବିଏମସି କର୍ତ୍ତୃପକ୍ଷ ଏ ପର୍ଯ୍ୟନ୍ତ ସଫେଇ କର୍ମଚାରୀ ମାନଙ୍କୁ କରୋନା ଯୋଦ୍ଧା ବୋଲି ଘୋଷଣା କରୁ ନାହାଛି କି ନାର୍ଯ୍ୟ ସହାୟତା ମଧ୍ୟ ପ୍ରଦାନ କରାଯାଉ ନାହିଁ ।

ଏପରିକି ସଫେଇ କର୍ମଚାରୀ ମାନଙ୍କୁ ମାକ୍ସ, ଗ୍ଲୋବ, ହାତ ଧୋଇବା ପାଇଁ ସାବୁନ୍ କି ସାନିଟାଇଜର ଦିଆଯାଉ ନାହିଁ । ନାର୍ଯ୍ୟ ପ୍ରାପ୍ୟ ପାଇବା ଆଶାରଖ୍ ସମସ୍ତ ସଫେଇ କର୍ମଚାରୀମାନେ ୨୦୧୭ ମସିହାରୁ ଭୁବନେଶ୍ବର ମହାନଗର ନିଗମ ଶ୍ରମିକ ୟୁନିୟନ ନାମରେ ଏକ ସଂଗଠନ ଗଠନକରି ୧୦ ଦଫା ଦାବି ଯଥା: ସର୍ବନିମ୍ନ ମଜୁରୀ ପ୍ରଦାନ, ସମସ୍ତ ଶ୍ରମିକଙ୍କୁ ସ୍ଥାୟୀ କରିବା, ସପ୍ତାହୀକ, ପର୍ବପର୍ବାଣୀ, ବାର୍ଷୀକ ଛୁଟି, ପରିଚୟ ପତ୍ର, ଅବସର କାଳୀନ ଦେୟ ଓ ପେନସନ୍ ପ୍ରଦାନ କରିବା ସହିତ ପ୍ରତ୍ୟେକ ଶ୍ରମିକମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା ପଲିସି କରିବାକୁ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ଓ ତିନିଗୋଟି ଠିକାଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ତାହା ବିଗତ ୫ ବର୍ଷ ମଧ୍ୟରେ ସମାଧାନ ହୋଇ ପାରୁନାହିଁ, ଏପରିକି ଶ୍ରମ ବିଭାଗ ମଧ୍ୟ
ଆଇନ୍‌ଗତ ପଦକ୍ଷେପ ନେବାରେ ଅବହେଳା ପ୍ରଦର୍ଶନ କରୁଛନ୍ତି। ଶ୍ରମ ଦସ୍ତରର ଅବହେଳା କାରଣରୁ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ ଶ୍ରମିକମାନଙ୍କ ବିରୋଧରେ ଦମନମୂଳକ ପଦକ୍ଷେପ ଚଳେଇ ରଖୁଛନ୍ତି ।

Leave A Reply

Your email address will not be published.