ଆଖି ବୁଜିଲା ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ସନ୍ଥନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଜେଲରୁ ମୁକ୍ତ ହୋଇଥିବା ରାଜୀବ ଗାନ୍ଧୀଙ୍କ ୭ଜଣ ହତ୍ୟାକାରୀଙ୍କ ମଧ୍ୟରୁ ଜଣଙ୍କର ବୁଧବାର ମୃତ୍ୟୁ ଘଟିଛି। ହୃଦଘାତରେ ପୀଡିତ ହେବା ପରେ ତାଙ୍କୁ ଚେନ୍ନାଇର ରାଜୀବ ଗାନ୍ଧୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସନ୍ଥନର ବୟସ 55 ବର୍ଷ ବୋଲି କୁହାଯାଇଛି ।

ସୂଚନା ଅନୁସାରେ, ଯକୃତରେ ସମସ୍ୟା ଏବଂ କ୍ରିପ୍ଟୋଜେନିକ ସିରୋସିସ କାରଣରୁ ଗତ ଜାନୁଆରୀ ମାସରୁ ରାଜୀବ ଗାନ୍ଧୀ ଜେନେରାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ତେବେ ଆଜି(ବୁଧବାର) ସକାଳେ ତାଙ୍କୁ ହାର୍ଟଆଟାକ ଆସିଥିବା ନେଇ ଡାକ୍ତର ତୀରାରାଜନ ସୂଚନା ଦେଇଛନ୍ତି । ଏହାରି ଭିତରେ ସକାଳ 7ଟା 50ମିନଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ୧୯୯୧ ମସିହା ମେ ୩୧ ତାରିଖ ଦିନ ତାମିଲନାଡୁର ଏକ ରାଜନୈତିକ ସଭାରେ ଧନୁନାମକ ମହିଳା ଆତ୍ମଘାତୀ ବିସ୍ଫୋରଣ ଦ୍ବାରା ହତ୍ୟା କରାଯାଇଥିଲା ।

ଏହି ମାମଲାରେ ପେରିଭାଲାନ ସମେତ ୭ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେବେ ହତ୍ୟାକଣ୍ଡରେ ସନ୍ଥନ ସାମିଲ ହୋଇଥିବା ବେଳେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା । 32 ବର୍ଷରୁ ଅଧିକ ବର୍ଷ ଧରି କାରାଗାରରେ ରହିବା ପରେ ତାଙ୍କ ସହିତ 5ଜଣଙ୍କୁ ନଭେମ୍ବର 2022ରେ ମୁକ୍ତ କରାଯାଇଥିଲା । ଏହାପରେ ସେମାନଙ୍କୁ ଏକ ସ୍ବତନ୍ତ୍ର କ୍ୟାମ୍ପରେ ରଖାଯାଇଥିଲା । ତେବେ ସନ୍ଥନ ତାଙ୍କ ମାଆଙ୍କ ସହ ରହିବା ପାଇଁ ଶ୍ରୀଲଙ୍କା ଫେରିବା ପାଇଁ ମାଡ୍ରାସ ହାଇକୋର୍ଟରେ ଆବେଦନ କରିଥିଲେ ।

 

Leave A Reply

Your email address will not be published.