ସାରଳା ରିଅଲକନ ଚିଟଫଣ୍ଡ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକଙ୍କର ସମ୍ପତ୍ତିକୁ ସେ ବିକ୍ରି କରିପାରିବେ, ହାଇକୋର୍ଟ ଦେଲେ ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସାରଳା ରିଅଲକନ ପ୍ରାଇଭେଟ ଲିମିଟେଡ଼ ଚିଟଫଣ୍ଡ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଗୟାଧର ଜେନାଙ୍କ ନାମରେ ଥିବା ବ୍ୟକ୍ତିଗତ ସମ୍ପତ୍ତିକୁ ସେ ବିକ୍ରୟ କରି ପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଗୟାଧର ଜେନାଙ୍କ ପକ୍ଷରୁ ନିଜ ନାମରେ ଥିବା ସମ୍ପତ୍ତିକୁ ବିକ୍ରୟ କରିବା ପାଇଁ ସେ ସ୍ୱତନ୍ତ୍ର ଓପିଆଇଡି କୋର୍ଟରେ ଆବେଦନ କରିଥିଲେ। ଗୟାଧର ଜେନାଙ୍କ ଏଭଳି ଆବେଦନକୁ ଅଗ୍ରାହ୍ୟ କରିଥିଲେ ଓପିଆଇଡି କୋର୍ଟ। ଏହାପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଗୟାଧର ଜେନା।

ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ ବି ପି ରାଉତରାୟଙ୍କ ଖଣ୍ଡପୀଠ ଶୁଣାଣି କରି ଗୟାଧର ଜେନାଙ୍କ ବ୍ୟକ୍ତିଗତ ମାଲିକାନାରେ ଥିବା ସମ୍ପତ୍ତିକୁ ସେ ବିକ୍ରୟ କରି ପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଇଓଡବ୍ଲୁ ଦ୍ୱାରା ସାରଳା ରିଅଲକନ ପ୍ରାଇଭେଟ ଲିମିଟେଡ଼ ଚିଟଫଣ୍ଡ ସଂସ୍ଥାର ଜବତ ସମ୍ପତ୍ତିର ସମ୍ପର୍କରେ ଜୁନ ୨୬ ତାରିଖରେ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି। ହାଇକୋର୍ଟରେ ଗୟାଧର ଜେନାଙ୍କ ପକ୍ଷରୁ ଆଇନଜୀବୀ ସୋମ୍ୟଜ୍ୟୋତି ବିଶ୍ୱାଳ ଓ ଆଶୁତୋଷ ମହାନ୍ତି ଏହି ମକଦ୍ଦମା ପରିଚାଳନା କରୁଥିଲେ।

Leave A Reply

Your email address will not be published.